ଜିଲ୍ଲାପାଳଙ୍କ ରାଜସ୍ୱ ସମୀକ୍ଷା ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତା ଏକ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟତଃ ରାଜସ୍ୱ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର ପ୍ରମୁଖଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଥିବା ପଥର ଖଣି ଏବଂ ବାଲି ଉଠାଣ ଯାଗାକୁ ଆସନ୍ତା ଏକ ମାସ ମଧ୍ୟରେ ଏଗୁଡିକର ସମାଧାନ କରାଯିବ ସେ ବିଷୟରେ ସମ୍ପୂର୍ଣ୍ଣ ହେବ ତାହାହିଁ ବିଶେଷ ଭାବେ ଆଲୋଚନା ହୋଇଥିଲା । ସେହିପରି ଶତପ୍ରତିଶତ ରାଜସ୍ୱ ଆଦାୟ ପାଇଁ ମଧ୍ୟ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା । ଅନ୍ୟପକ୍ଷରେ ଜିଲ୍ଲା ପୂର୍ତ୍ତ ବିଭାଗ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ, ଜିଲ୍ଲା ବନ ବିଭାଗ, ଜିଲ୍ଲା କ୍ରୀଡା ବିଭାଗ ଇତ୍ୟାଦି ଅଧିକାରୀମାନଙ୍କୁ ଆସନ୍ତା କାର୍ଯ୍ୟପନ୍ଥା ବିଷୟରେ ଅବଗତ କରାଯାଇଥିଲା । ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ତଥା ଆଞ୍ଚଳିକ ପରିବହନ ସଂଗ୍ରାମ ଶେଖର ପଣ୍ଡା, ପାରଳାଖେମୁଣ୍ଡି ବନଉପଖଣ୍ଡ ଅଧିକାରୀ ସଂଗ୍ରାମ ଶେଖର ବେହେରା, ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ପ୍ରମୁଖଙ୍କ ସହ ସମସ୍ତ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ