ଜିଲ୍ଲାପାଳଙ୍କ ସଂଯୁକ୍ତ ଜନଅଭିଯୋଗ ଶୁଣାଣିରେ ୭୦ଟି ପଟ୍ଟା ବଣ୍ଟନ ଓ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଉଦଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଧିନ ବାଇଝାଲ ପାଞ୍ଚାୟତ ପରିସର ଠାରେ ଗ୍ରାମ୍ୟମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇଥିଲେ।ଏହି ଅଭିଯୋଗ ଶୁଣାଣି ଗୁମ୍ମା ବ୍ଲକର ପରିଡ଼ା,ଗାଇବା,ବୃଷଭ ଓ ବାଇଝାଲ ପଞ୍ଚାୟତ ସ୍ତରରେ ଲୋକଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା।ବ୍ଲକର ୪ଟି ପଞ୍ଚାୟତରୁ ମୋଟ ୯୧ଟି ଅଭିଯୋଗର ସମାଧାନ ପାଇଁ ପଞ୍ଜିକରଣ ହୋଇଥିଲା।ସମସ୍ତ ଅଭିଯୋଗ ଗୋଷ୍ଟିଗତ ହୋଇଥିବା ବେଳେ ୨୦ଟି ବ୍ୟକ୍ତିଗତ ସମସ୍ୟା ରହିଥିଲା।ବିଭିନ୍ନ ଗ୍ରାମର ପାନୀୟ ଜଳ ସମସ୍ୟା,ଅସମ୍ପୂର୍ଣ୍ଣ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମ୍ପୂର୍ଣ୍ଣ କରିବା ନେଇ ଆସିଥିବା ସମସ୍ୟାର ସମାଧାନ ହୋଇଥିଲା।ମୁଖ୍ୟତଃ ହାଡୁଭାଙ୍ଗି ଠାରୁ ଗାଇବା ରାସ୍ତା ମରାମତି,ଅଞ୍ଚଳରେ ମୋବାଇଲ ଟାୱାର,ପ୍ରଧାନମନ୍ତ୍ରୀ ଆବାସ ,ସ୍ୱାସ୍ଥ୍ୟ ସେବା ଓ ବାଇଝାଲ ପଞ୍ଚାୟତ ଠାରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ଉଦଘାଟନ କରିଛନ୍ତି ଜିଲ୍ଲାପାଳ। ତେବେ ଏ ଅବସରରେ ବ୍ୟକ୍ତିଗତ ଗୁହାରି ଶୁଣିବା ପରେ ୭୦ଜଣ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ ଜିଲ୍ଲାପାଳ ଶ୍ରୀ ପଣ୍ଡା। ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସମସ୍ୟାର ସମାଧାନ ତ୍ୱରିତ ଭାବେ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଅନ୍ୟତମ ଅତିଥି ଭାବେ ଆରକ୍ଷୀ ଅଧିକାରୀ ଏସ ସ୍ୱାତି କୁମାର,ବିଡ଼ିଓ ଅନୁପ ଅଭିଷେଖ ବେହେରା,ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ,ଜିଲ୍ଲା ପରିଷଦ ସଭ୍ୟା ରେଣୁକା ପାତ୍ର, ଉପାଧ୍ୟକ୍ଷ ଶ୍ରୀନିବାସ ରାଓ,ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ/ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ଗୁମ୍ମା ବ୍ଲକ ପ୍ରଶାସନ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ