ଜିଲ୍ଲାପାଳଙ୍କ ସ୍ମାର୍ଟ ଶ୍ରେଣୀ ଗୃହ ପରିଦର୍ଶନ ଓ ଉନ୍ନୟନ ପ୍ରକଳ୍ପର ସମୀକ୍ଷା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଵୁଧବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ହିଞ୍ଜିଳିକାଟୁ ଗସ୍ତରେ ଆସି ନିର୍ମାଣଧିନ ଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ପ୍ରଥମେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚି କେଉଁ ସବୁ ଉନ୍ନୟନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ କେଉଁ ପ୍ରକଳ୍ପ ଗୁଡିକ ନିର୍ମାଣାଧୀନ ରହିଛି ସେ ନେଇ ବିଡ଼ିଓ ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। କେଉଁ ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦିଗରେ କଣ କଣ ଅସୁବିଧା ସୃଷ୍ଟି ହେଉଛି ଏବଂ ଲୋକଙ୍କ ଅଭାବ ଏବଂ ଅସୁବିଧା ପାଇଁ କେଉଁ ଉନ୍ନୟନ ପ୍ରକଳ୍ପ ସବୁର ଜରୁରୀ ଆବଶ୍ୟକତା ରହିଛି ସେ ସମ୍ପର୍କରେ ପଚାରି ବୁଝିଥିଲେ। ପରେ ହିଞ୍ଜିଳି ବ୍ଳକ ଚାନ୍ଦୁଲି ପଞ୍ଚାୟତ ଖଣ୍ଡରା ଗ୍ରାମରେ ନୂତନ ଭାବେ ନିର୍ମିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନବ ନିର୍ମିତ କୋଠା, ସ୍ମାର୍ଟ କ୍ଲାସ ରୁମ, ଈ ଲାଇବ୍ରେରୀ, ବୁଲି ଦେଖିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଗସ୍ତ ସମୟରେ ହିଞ୍ଜିଳି ବିଡିଓ ସୁଵ୍ରତ କୁମାର ଜେନା, ଚାନ୍ଦୁଲି ସରପଞ୍ଚ ଲକ୍ଷ୍ମଣ ଗୌଡ, ଅଶୋକ କୁମାର ପଣ୍ଡା, ସୁନିଲ କୁମାର ପଣ୍ଡା, ପିଈଓ କିଶୋର ଚନ୍ଦ୍ର ପାଢୀ, ଗ୍ରାମ ସାଥି ବାଳକୃଷ୍ଣ ସାବତ, ମେମ୍ବର ଅବନିକାନ୍ତ ପାଣିଗ୍ରାହୀ, ସୁଧୀର ଗୌଡ, କାହ୍ନୁଚରଣ ସାହୁ ଙ୍କ ସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ