ଜିଲ୍ଲାପାଳଙ୍କ ୫-ଟି ରୂପାନ୍ତିକରଣ ବିଦ୍ୟାଳୟ ପରିଦର୍ଶନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପାଟୱାରୀ ମଙ୍ଗଳବାର ନାଉଗାଁ ବ୍ଳକ ଗ୍ରସ୍ତ କରି ତୃତୀୟ ପର୍ଯ୍ୟାୟରେ ୫-ଟି ରୂପାନ୍ତିକରଣ ଯୋଜନାରେ ସାମିଲ ହୋଇଥିବା ଉଚ୍ଚ ବିଦ୍ୟାଳୟ ଗୁଡିକର ଉନ୍ନୟନମୂଳକ କାର୍ଯ୍ୟ କେତେ ଦୂର ଆଗେଇଛି ବୁଲି ଦେଖିଥିଲେ । ବିଦ୍ୟାଳୟ ଗୁଡିକ ମଧ୍ୟରେ ବାସୁଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ,ଘୋଡାଂଶ, ନୂଆଗାଁ ପଂଚାୟତ ଉଚ୍ଚ ବିଦ୍ୟାଳୟ, ନୂଆଗାଁ, ଆର୍ତତ୍ରାଣ ବିଦ୍ୟାପୀଠ,ଗଜରାଜପୁର, ବଛାଳୋ ସରକାରୀ ଉଚ୍ଚ ବିଦ୍ୟାଳୟ, ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ,ଗାରୋଇ ଆଦି ବିଦ୍ୟାଳୟର ଶ୍ରେଣୀ ଗୃହ ସମେତ ୫-ଟି ଯୋଜନାରେ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ । ବିଦ୍ୟାଳୟ ଗୁଡିକର ପାଠପଢା ବିଷୟରେ ପିଲାମାନଙ୍କ ସହ ଆଲୋଚନା କରିବା ସହିତ ବିଦ୍ୟାଳୟର ସମସ୍ୟା ପ୍ରସଙ୍ଗରେ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ସହ ବିଡିଓ ରଶ୍ମିରେଖା ମଲ୍ଲିକ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ଅଙ୍କିତା ଜାଲି, କନିଷ୍ଠ ଯନ୍ତ୍ରୀ ଶାରଦା ପ୍ରସାଦ ସ୍ୱାଇଁ, ବୈଷୟିକ ପରାମର୍ଶଦାତା ପୁନମ ବିଶ୍ୱାଳ ଆଦି ଉପସ୍ଥିତ ଥିଲେ ।