ଜିଲ୍ଲାପାଳ ଅଫିସ ସ୍ଥାନାନ୍ତର ନେଇ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଅସନ୍ତୋଷ

କେନ୍ଦ୍ରାପଡା – କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ସମ୍ପର୍କରେ ବିଭିନ୍ନ ଖବର ପ୍ରକାଶ ପାଇବା ପରେ ସେନେଇ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇବା ପରେ କେନ୍ଦ୍ରାପଡାର ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀଙ୍କ ଆବାହକତ୍ୱରେ ଶନିବାର ଅପରାହ୍ନରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ବରିଷ୍ଠ ନାଗରିକମାନଙ୍କ ଏକ ବୈଠକ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳଙ୍କ ଠାରୁ ଘଟଣାର ସତ୍ୟାସତ୍ୟ ସମ୍ପର୍କରେ ପ୍ରଥମେ ଅବଗତ ହେବା ପାଇଁ ଏକ ଜଣିଆ କମିଟି ପ୍ରାଧ୍ୟାପକ ଶ୍ରୀ ପରିଡା, ମହମ୍ମଦ ଅଲ୍ଲୀ, ଆଇନଜୀବି ଉମେଶ ଚନ୍ଦ୍ର ସିଂ, ବୈଦ୍ୟନାଥ ଚାଟାର୍ଜୀ, ସରୋଜରାଜ ସିଂ, ଅଧିକାରୀ ପ୍ରଭାତ ଦାସ, ଅଧ୍ୟାପକ ଅଜୟ ସାମଲ, ବିଚିତ୍ରାନନ୍ଦ ମହାନ୍ତି, ବିଜୟକୃଷ୍ଣ ସାହୁ, ରମଣୀରଞ୍ଜନ ରାଉତରାୟ, ମୁକ୍ତାର ଖାଁ, ଶରତ ବେହୁରା, କମଳାକାନ୍ତ ବେହେରା, ଆଶିଷ ସେନାପତି ଓ ସେକ ଅତୁଙ୍କୁ ନେଇ ଗଠନ କରାଯାଇଥିଲା । ଯଦି ଏହି ଘଟଣା ସତ୍ୟ ହୋଇଥାଏ ତେବେ ତାହାର ଦୃଢ ବିରୋଧ କରାଯିବ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ