ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଶୁଣାଣୀ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ ବ୍ଳକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଗଂଜାମ ଜିଲ୍ଲାପାଳ ଦିବ୍ଯଜ୍ୟୋତି ପରିଡା, ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥାର କାର୍ଯ୍ୟ ନିର୍ବାହୀ ଭି କିର୍ତ୍ତୀ ହାସନ ଯୋଗଦେଇ ବ୍ଳକ ର ୧୭୧ ଟି ଅଭିଯୋଗ ଶୁଣିଥିଲେ। ଭଂଜନଗର ଉପଜିଲ୍ଲାପାଳ ଅନୀଲ ସେଠୀ, ଛତ୍ରପୁର ଡେପୁଟି କଳେକ୍ଟର ଦିପ୍ତୀ ମୟୀ ପାତ୍ର, ବିଡିଓ ଶିବାଶିଷ ବରାଳ ଙ୍କ ସଂଯୋଜନାର ଅନୁଷ୍ଠିତ ଅଭିଯୋଗ ଶୁଣାଣୀ ରେ ବ୍ଳକ ର ବିଭିନ୍ନ ଗ୍ରାମର ରାସନ କାର୍ଡ, ଆବାସ ଯୋଜନା, ସ୍ବାସ୍ଥ୍ଯ ସମ୍ପର୍କିତ ସହାୟତା ସଂମ୍ପର୍କରେ ଦରଖାସ୍ତ କରିଥିଲେ। ସମସ୍ତ ଅଭିଯୋଗ ଗୁଡିକ ଗୋଟି ଗୋଟି କରି ହିତାଧିକାରୀ ଙ୍କୁ ଘଟଣା ସଂପର୍କ ରେ ଜିଲ୍ଲାପାଳ ଶ୍ରୀ ପରିଡା ଦେଖିବା ସହ ଯେଉଁ ବିଭାଗ ର ଅଭିଯୋଗ ଥିଲା ସେହି ବିଭାଗ କୁ ପ୍ରେରଣ କରିଛନ୍ତି। ସାମୁହିକ ସମାସ୍ୟା ମଧରେ ନରେନ୍ଦ୍ର ପୁର ଗ୍ରାମର ଗୁଡିଆନାଳ ପୁନରୁଦ୍ଧାର ନେଇ ଜିଲ୍ଲା ପରିଷଦ ଙ୍କ ସ୍ବାମୀ ବରୁଣ ପୋଲାଇ ଦରଖାସ୍ତ ପ୍ରଦାନ କରିଥିଲେ। ରାସନ କାର୍ଡ ହିତାଧିକାରୀ ଖାଲି ସ୍ବାସ୍ଥ୍ଯ ବୀମା ପାଉଥିବା ବେଳେ ଯାହାର ମଧ୍ଯବିତ୍ତ ପରିବାର ରାସନ କାର୍ଡ ନାହିଁ ସେମାନେ ସରକାରଙ୍କ ମାଗଣା ସ୍ବାସ୍ଥ୍ଯ ସେବାରୁ ବଞ୍ଚିତ ହେଉଛନ୍ତି। ଏଣୁ ସମସ୍ତ ପରିବାରକୁ ମାଗଣା ସ୍ବାସ୍ଥ୍ଯ ସେବା ଓ ବୀମା ଯୋଗଇବା ନେଇ ଏକ ଅଭିଯୋଗ ପତ୍ର ଜିଲ୍ଲା ପରିଷଦ ସଭ୍ଯ ଙ୍କ ସ୍ବାମୀ ସମୀର ପ୍ରଧାନ ଅଭିଯୋଗ କରିଥିଲେ। କମଳାଦେଇପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯାଇଛି ତାକୁ ପୁଣି ଖୋଲିବା ନେଇ ଗ୍ରାମବାସୀ ମାନେ ଏକ ଅଭିଯୋଗ କରିଥିଲେ। କୁମାର ପଣି ପଞ୍ଚାୟତ ର କାର୍ଯ୍ୟ ଚାଲୁ ରଖିବା ଓ ପଞ୍ଚାୟତ ର ଉନ୍ନୟନ କାମ ତ୍ବରାନ୍ବିତ କରିବାକୁ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ। ପରିଶେଷରେ ଶେରଗଡ ର ଶୁଭମ ବେହେରା କୁ ୨୫ହଜାର, ନିରଂଜନ ଗୌଡ ଙ୍କୁ ୫ହଜାର, କରଡାକଣାର ପ୍ରଶାନ୍ତ କୁମାର ପାଣିଗ୍ରାହୀ ଙ୍କୁ ୩ହଜାର, ନରସିଂହ ରାଓଙ୍କୁ ୫ହଜାର ସହାୟତା ଚେକ ଆକାରରେ ଜିଲ୍ଲାପାଳ ପ୍ରଦାନ କରିଥିଲେ। ୭ଜଣ ଙ୍କୁ ମଧୁବାବୁ ପେନସନ ଓ ୨ ଜଣ ଦିବ୍ଯାଙ୍ଗ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣୀ ସମୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅବିଦା ପରବିନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ଯାଣୀ ଦାସ, ଜିଲ୍ଲା ଯୋଗାଣ ଅଧିକାରୀ ପୁଷ ମୁଣ୍ଡା, ସହକାରୀ ଜିଲ୍ଲା ସ୍ବାସ୍ଥ୍ଯ ଅଧିକାରୀ ଶିତାଶୁଂ ଶେଖର ଶତପଥୀ, ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ହରଭଙ୍ଗା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଅନିଲ ପ୍ରଧାନ, ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ ସୁବ୍ରତ କୁମାର ସାହୁ, ସହକାରୀ ଯନ୍ତ୍ରୀ ପୂର୍ତ୍ତି ବିଭାଗ ବନୋଜ କାନ୍ତ ସେଠୀ, ସହକାରୀ ଯନ୍ତ୍ରୀ ନାଳ ନର୍ଦ୍ଦମା ବେଣୁଗୋପାଳ ବେହେରା, ତହସିଲଦାର ତ୍ରିଦେବ ରଥ, ବ୍ଳକ ଅଧକ୍ଷ କୃଷ୍ଣଚନ୍ଦ୍ର ନାୟକ ସରପଂଚ ସମିତି ସଭ୍ଯ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ