ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଛତ୍ରପୁର, ( ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍ପିଙ୍କ ଅଭିଯୋଗ ଶୁଣାଣି ପୁଣି ଆଜି ଠାରୁ ଆରମ୍ଭ ହୋଇଛି । ଫେବୃୟାରୀ ମାସ ପର ଠାରୁ ଏହି ଅଭିଯୋଗ ଶୁଣାଣୀ ବନ୍ଦ ରହିଥିଲା । ୪ମାସପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଜୁଲାଇ ମାସ ପହିଲା ସୋମବାର ଦିନ ଆରମ୍ଭ ହୋଇଛି । ଏହି ଅଭିଯୋଗ ଶୁଣାଣୀରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଗଂଜାମ ଏସପି ବ୍ରଜେଶ କୁମାର ରାଏ ମିଳିତ ଭାବେ ୨୯୩ ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସେଥିରୁ ୨୫୨ ଅଭିଯୋଗ ବ୍ୟକ୍ତିଗତ ଥିଲା । ୧୩ ଟି ସାମୁହିକ ଅଭିଯୋଗ ଶୁଣାଣି କରାଯାଇଥିବା ବେଳେ ଅବଶିଷ୍ଟ ୯ ଟି ଅଭଯୋଗ ଆଶୁ ସମାଧାନ ହୋଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୪ଜଣ ହିତାଧିକାରୀଙ୍କୁ ୧ଲକ୍ଷ୪୦ହଜାର ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ୫ଜଣଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧୯ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଏହି ଅଭିଯୋଗ ଶୁଣାଣିରେ ଛତ୍ରପୁର ଉପଖଣ୍ଡସମେତ ଜିଲ୍ଲାର ବହୁ ହିତାଧିକାରୀ ମାନେ ବାଦ୍ଧକ୍ୟ ଭାତ୍ତା, ପକ୍କାଘର, କାଳିଆ ଯୋଜନା ଟଙ୍କା , ରାସନ କାର୍ଡ ଏବଂ ବିଭିନ୍ନ ଗୁହାରୀ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲପାଳ ସେମାନଙ୍କ ସମସ୍ୟା ଗୁଡିକ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏହି ଅଭିଯୋଗ ଶୁଣାଣି ଶିବିରରେ ପ୍ରବେସନାରୀ ଆଇଏଏସ୍ ଅଫିସର କିର୍ତ୍ତୀ ଭାସନ ଭି, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗ୍ରିବେନ୍ସ ଅଧିକାରୀ ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦେବରାଜ ପାତ୍ର ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଗଞ୍ଜାମ ବିଡିଓ ଜ୍ୟୋତି ରଞ୍ଜନ ରାଏ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ, ଜିଲ୍ଲା ଶିକ୍ଷାଧିକାରୀ ଡ.ସନାତନ ପଣ୍ଡା, ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ସୁପକାର, ଗଞ୍ଜାମ ଅବକାରୀ ଅଧିକ୍ଷୀକ ରାମଚନ୍ଦ୍ର ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂସୁ ମହାରଣା, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷୀତ ଦାଶ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡି, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡାକ୍ତର କାହ୍ନୁଚରଣ ପାତ୍ରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତି ରହି ଅଭିଯୋଗ ଶୁଣାଣି କରିଥିଲେ । ଟ୍ରେଡ୍ ଲାଇସେନ୍ସ ବାବଦରେ ଧାର୍ଯ୍ୟ ମୂଲ୍ୟକୁ କୋହଳ ନିମନ୍ତେ ବ୍ୟବସାୟୀ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ