ଜିଲ୍ଲାପାଳ ଓ ଡିଆରଡିଏ ପିଡିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କଲେ ରମ୍ଭା ଏନଏସି ଅଧ୍ୟକ୍ଷା
ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ରମ୍ଭା ଏନଏସିର ଅଧ୍ୟକ୍ଷା ପଦବିଟି ବିଜେପି ହାତେଇବା ପରେ ବିଜେପିର ନବନିର୍ବାଚିତ ଅଧ୍ୟକ୍ଷାମାନେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ରମ୍ଭା ଏନଏସିର ଅଧ୍ୟକ୍ଷା ମାନସୀ ସ୍ୱାଇଁ ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଡିଆରଡିଏ ପିଡି ସିନ୍ଦେ ଦତ୍ତାତ୍ରେୟ ଭାଉସାହେବଙ୍କୁ ଭେଟି ଫୁଲତୋଡା ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହାସହ ଛତ୍ରପୁର ସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ରମ୍ଭା ଏନଏସି ଅଧ୍ୟକ୍ଷା ଶ୍ରୀମତି ସ୍ୱାଇଁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ପ୍ରଦୀପ କୁମାର ପାଢୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।