ଜିଲ୍ଲାପାଳ ଓ ଥାନାଧିକାରୀ କ୍ରୀଡାବିତଙ୍କୁ ଦେଲେ ସମ୍ବର୍ଦ୍ଧନା
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ରମେଶ ଧାମନଗର ବ୍ଲକ ଅନ୍ତର୍ଗତ ପାହାଡପୁର ଗ୍ରାମର ୨୫ ବର୍ଷୀୟ ରମେଶ ଚନ୍ଦ୍ର ପୃଷ୍ଟି କେରଳରେ ଚଳିତ ଡିସେମ୍ବର ମାସ ଶେଷ ସପ୍ତାହ ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ହ୍ୟାଣ୍ଡ ବଲ୍ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଓଡ଼ିଶାରୁ ଖେଳାଳି ମାନେ ମନୋନୀତ ହୋଇଛନ୍ତି। ଓଡ଼ିଶା ସିନିୟର୍ ବର୍ଗ ହ୍ୟାଣ୍ଡବଲ ଟିମ୍ ପାଇଁ ଭଦ୍ରକରୁ ରମେଶ ଚ ମନୋନୀତ ହୋଇଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି। ସେହିପରି ଧୂଷୁରୀ ଥାନାଧିକାରୀ ଶାନ୍ତନୁ କୁମାର ଜେନା ମଧ୍ୟ ରମେଶଙ୍କୁ ନିଜ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦେଇଥିଲେ । ସମ୍ବର୍ଦ୍ଧନା ବେଳେ ଧୁସୁରି ପ୍ରେସ ୟୁନିଅନର ସଭାପତି ସନ୍ତୋଷ ଦାସ, ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ ଉପସ୍ଥିତ ଥିଲେ। ରମେଶ କେରଳରେ ହେବାକୁ ଥିବା ଟୁର୍ନାମେଣ୍ଟରେ ଓଡ଼ିଶା ପାଇଁ ଉଚ୍ଚ କୋଟୀର କ୍ରୀଡା ପ୍ରଦର୍ଶନ କରିବେ ବୋଲି ସମ୍ବର୍ଦ୍ଧନା ଦେଇଥିବା ୨ ଅଧିକାରୀ ଆଶାବ୍ୟକ୍ତ କରିଛନ୍ତି।


