ଜିଲ୍ଲାପାଳ ଓ ପିଡିଙ୍କ ସ୍ମାର୍ଟ ପାର୍କ ଓ ଶୈାଚାଳୟ ପରିଦର୍ଶନ

ଛତ୍ରପୁର,(ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଡିଆରଡିଏ ପିଡି ତଥା ଏନଏସି ପ୍ରଶାସନିକ ଅଧିକାରୀ ଶିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ମଙ୍ଗଳାବର ଅପରାହ୍ନରେ ଛତ୍ରପୁର ପିଲିବନ୍ଧ ପରିସରରେ ଚାଲିଥିବା ସ୍ମାର୍ଟ ପାର୍କ ଓ ମେଡିକାଲ ସମ୍ମୁଖରେ ଥିବା ଶୈାଚାଳୟ କୁ ଅଚାନକ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି । ସ୍ମାର୍ଟ ପାର୍କ ପରିସରରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ବୁଲି ଦୁହେଁ ଦେଖିବା ସହ ଫେବୃଆରୀ ୧୫ ତାରିଖ ସୁଦ୍ଧା କାର୍ଯ୍ୟ ସମାପ୍ତ କରିବା ନିମନ୍ତେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ସ୍ମାର୍ଟ ପାର୍କ ରେ ପୂର୍ବରୁ ଥିବା ପ୍ରବେଶ ଦ୍ୱାର କୁ ଭାଙ୍ଗି ନୂତନ ଭାବେ ନିର୍ମାଣ କରିବା ପାଇଁ ମଧ୍ୟ କହିଥିଲେ । ପାର୍କ ପରିସର ସଫା ସୁତୁରା ଥିବା ଦେଖି ଜିଲ୍ଲପାଳ ଖୁସି ବ୍ୟକ୍ତ କରିବା ସହ ପରିସରରେ ବିଭିନ୍ନ ଲାଇଟ ଲଗାଇବାକୁ ପରାମର୍ଶ ଦେଇଥିଲେ । ଶୌଚାଳୟ ପରିଦର୍ଶନ କରି ସେଠାରେ ଥିବା ପାଣି ବ୍ୟବସ୍ଥାକୁ ଯାଂଚ କରି ନୂତନ ଟେପ୍ ଲଗାଇବା ଏବଂ ଶୈାଚାଳୟ ଓ ଆହାର କେନ୍ଦ୍ର ମଝିରେ ଥିବା ଖାଲି ଜାଗାରେ ଗ୍ରିନେରୀ କରିବା ପାଇଁ ଜିଲ୍ଲାପାଳ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହିପରିଦର୍ଶନ ବେଳେ ଜିଲ୍ଲାପାଳଙ୍କ ସହ ଡିଆରଡିଏ ପିଡି ଏବଂ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍ . ଗଣେଷ ବାବୁ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଷଡଙ୍ଗୀ ଓ ଜ୍ୟୋସ୍ନାମୟୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ