ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ମାରଦା ମନ୍ଦିର ଓ ଶିଶୁ ଉଦ୍ୟାନ ପରିଦର୍ଶନ
ବୁଗୁଡ଼ା, (ଅନିଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମ ପଞ୍ଚାୟତର ମାରଦା ମନ୍ଦିର ଓ ଶରଣ ଶ୍ରୀକ୍ଷେତ୍ର ଶିଶୁ ଉଦ୍ୟାନ ପରିଦର୍ଶନ ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ପ୍ରକଳ୍ପ ନିର୍ଦ୍ଦେଶକ ଶିନ୍ଦେ ଦତ୍ତତ୍ରୟ ଭାଉସାହେବ ଜାନୁଆରୀ ୧୦ ତାରିଖ ଦିନ ଗସ୍ତରେ ଆସି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିବା ଜଣାପଡିଛି । ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ ସମୟରେ ଚତୁର୍ଦ୍ଧାମୂର୍ତ୍ତି ଆଠଗଡ଼ ରାଜାଙ୍କ ପ୍ରତ୍ୟକ୍ଷ ସହଯୋଗରେ ମଥୁରା ନିକଟସ୍ଥ ମାରଦା ମନ୍ଦିର ବା ଶରଣ ଶ୍ରୀକ୍ଷେତ୍ରରେ ଗୋପନରେ ରହି ପୂଜା ପାଉଥିଲେ । ଶ୍ରୀ ଜଗନ୍ନାଥଙ୍କ ଅଜ୍ଞାତବାସ ସ୍ଥାନ ଶରଣ ଶ୍ରୀକ୍ଷେତ୍ର, ବର୍ତ୍ତମାନ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପ୍ରଚେଷ୍ଟାରେ ମନ୍ଦିରର ଉନ୍ନତି କରଣ ସହ ନିର୍ମାଣ ହେଉଛି ଏକ ସୁନ୍ଦର ଶିଶୁ ଉଦ୍ୟାନ । ମନ୍ଦିର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଏହି ପାର୍କ ନିଶ୍ଚିତ ଭାବେ ଆକୃଷ୍ଟ କରିବ ସନ୍ଦେହ ନାହିଁ। ଏହି ନିର୍ମାଣାଧୀନ ପ୍ରାର୍କର ଅଗ୍ରଗତି ଓ ଭବିଷ୍ୟତ ରୂପରେଖ ନେଇ ଜିଲ୍ଲାପାଳ ମହୋଦୟ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ ସହ ଆଲୋଚନା କରିଥିଲେ । ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଭବିଷ୍ୟତରେ କଣ ସବୁ କାର୍ଯ୍ୟ କରାଯିବ ଜିଲ୍ଲାପାଳ ମହୋଦୟଙ୍କୁ ଅବଗତ କରାଇଥିଲେ। ଶରଣ ଶ୍ରୀକ୍ଷେତ୍ର ଶିଶୁ ଉଦ୍ୟାନ କାର୍ଯ୍ୟର ଅଗ୍ରଗତିରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଓ ପିଡ଼ି ଶ୍ରୀ ଭାଉସାହେବ ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି ।