ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୭ଦିନ ସଟ ଡାଉନ ଘୋଷଣା କଲେ ଟାଙ୍ଗଣାପଲ୍ଲୀ ସରପଞ୍ଚ

ଛତ୍ରପୁର, (ଓ୍ବାଇଏନ୍ଏସ୍): ଗଂଜାମ ଜିଲ୍ଲାରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଆଜି ରେକଟ ସଂଖ୍ୟାରେ ୨୮୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକର ଟାଙ୍ଗଣାପଲ୍ଲୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାମପଲ୍ଲୀ ଗ୍ରାମରୁ ଦୁଇଜଣ କରୋନା ପଜିଟିଭ ଚିହ୍ନଟ ପରିଲକ୍ଷିତ ହୋଇଥିବା ରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରପଞ୍ଚ କୁମାରୀ ପ୍ରଧାନ ଆଜି ଜିଲ୍ଲପାଳଙ୍କ କ୍ଷମତା ପ୍ରୟୋଗ କରି ଉକ୍ତଗ୍ରାମକୁ ଆଜି ଠୁ ୭ଦିନ ନିମନ୍ତେ ସଟ ଡାଉନ ଘୋଷଣା କରିଛନ୍ତି । ଏହାସହ ଗ୍ରାମବାସୀମାନେ ନିଜ ନିଜ ଘରେ କିପରି ନିରାପତ୍ତା ରହିବେ ସେଥି ନିମନ୍ତେ ସଚେତନତା କରୁଛନ୍ତି । ଗ୍ରାମର ବିଭିନ୍ନ ଯାତାୟତ ରାସ୍ତାକୁ ମଧ୍ୟ ସିଲ୍ କରାଯାଇଛି । ଗ୍ରାମବାସୀ ମାନେ କିପରୀ ସୁରକ୍ଷିତ ରହିବେ ସେଥି ନିମନ୍ତେ ପଞ୍ଚାୟତ ପକ୍ଷରୁ ବିଭିନ୍ନ ସଚେତନତା କରାଯାଉଛି । ଲୋକମାନଙ୍କୁ ଘରୁ ବାହାରକୁ ନବାହାରିବା ନିମନ୍ତେ କୁହାଯାଇଛି । କୈାଣସି ବ୍ୟକ୍ତି ଗ୍ରାମ ର ପୋଖରୀରେ ନଗାଧେଇବା କୁ ସରପଞ୍ଚ ଶ୍ରୀମତି ପ୍ରଧାନ ଅନୁରୋଧ କରିଛନ୍ତି । ଆଜି ସରପଞ୍ଚ ଶ୍ରୀମତି ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବି.ସୁଦାମ, ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଦଣ୍ଡପାଣି ପ୍ରଧାନ, ଆୟୁଷ ଡାକ୍ତର ରାମାନୁଜ ପଟ୍ଟନାୟକ, ସୁପରଭାଇଜର କ୍ରିଷ୍ଣା ଚନ୍ଦ୍ର ଜେନା, ଏଏନଏମ ସନ୍ତୋଷିନି ପାଢି ପ୍ରମୁଖ ଉପସ୍ଥିତ ରହି ଗ୍ରାମକୁ ସମସ୍ତ ପ୍ରବେଶ ପଥକୁ ବ୍ୟାରିକାଟ୍ ବାନ୍ଧି ସିଲ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ