ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ ; ବଦାଙ୍ଗି ୭ ଦିନ ସଟ ଡାଉନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ଅନ୍ତର୍ଗତ ହରିଗଡ଼ ଗ୍ରାମ ପଂଚାୟତ ର ବଦାଙ୍ଗି ଗ୍ରାମରେ ଦିନ କୁ ଦିନ କୋରନା ବ୍ୟାପକ ମାତ୍ରାରେ ବୃଦ୍ଧି ପାଇବା ସହ ୨ ଜଣଙ୍କ ମୃତ୍ୟୁ ଘଟିସାରିଛି। ଏହାକୁ ଦୁର୍ଷ୍ଟିରେ ରଖି ସରପଞ୍ଚ ଦିଲ୍ଲୀପ କୁମାର ବେହେରା ବଦାଙ୍ଗି ଗ୍ରାମକୁ ଆସନ୍ତା ୦୪/୦୮/୨୦ ରୁ ୧୦/୦୮/୨୦ ପର୍ଯ୍ୟନ୍ତ ଅର୍ଥାତ ୭ ଦିନ ପାଇଁ ସଟ ଡାଉନ ଘୋଷଣା କରିଛନ୍ତି। ଏ ନେଇ ସେ ଚିଠି ନମ୍ବର ( ୭୨/ ୦୩.୦୮.୨୦) ରେ ଉଲ୍ଲେଖ କରି ସ୍ତାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ସମସ୍ତ ସୂଚନା ପ୍ରଦାନ କରିଛନ୍ତି