ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗଞ୍ଜାମ ଜିଲ୍ଲା ଅମଲା ସଂଘ ର ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା):ଓଡ଼ିଶା ଅମଲା ସଂଘ ର ଡାକରାକ୍ରମେ ଗଞ୍ଜାମ ଜିଲ୍ଲା ଅମଲା ସଂଘ ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ତ୍ରିପାଠୀ,ଅଧ୍ୟକ୍ଷ ଅରୁଣ କୁମାର ପଣ୍ଡା, ସଭାପତି କିରଣ କୁମାର ପାଢ଼ୀ, ଉପଦେଷ୍ଟା ସୁଦାମ କୁମାର ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଏମ. ପର୍ଶୁରାମ ପାତ୍ର, ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ରବି ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ବିଭିନ୍ନ ଦାବୀ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶହ ଶହ କର୍ମଚାରୀ ମାନେ ସ୍ଥାନୀୟ ସର୍କିଟ ହାଉସ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଛତ୍ରପୁର ସହର ପରିକ୍ରମା କରି ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ କରିଥିଲୋ। ଏ ନେଇଅତିରିକ୍ତ ଜିଲାପାଳଙ୍କ ଜରିଆରେ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରେଡ୍ ପେକୁ ୪୨୦୦କୁ ବୃଦ୍ଧି କରିବା, ଶିକ୍ଷା ଭିତ୍ତିକ ଦରମା ପ୍ରଦାନ କରିବା ସମେତ ବିଭିନ୍ନ ଦାଵୀ ନେଇ ଏହି ଆନ୍ଦୋଳନ ଜାରି ରହିଛି। ଦାବିପୂରଣ ନ ହେଲେ ଆସନ୍ତା ୨୭ରେ ରାଜଧାନୀରେ ବିଶାଳ ସମାବେଶ ହେବ ବୋଲି ଚେତାବନୀ ଦିଆଯାଇଛି।