ଜିଲ୍ଲାପାଳ ଙ୍କ ଦ୍ବାରା ମିଶନଶକ୍ତି କେଫ ଉଦଘାଟିତ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ ଧୋବାଶଙ୍ଖ ପାର୍ଶ୍ୱ ରେ ଥିବା ନିୟନ୍ତ୍ରିତ ବଜାର ଗୃହରେ ମିଶନଶକ୍ତି ପକ୍ଷରୁ ଏକ କେଫ ଓ ମିଶନଶକ୍ତି ହାଟକୁ ଉଦଘାଟନ କରାଯାଇଛି। ଜିଲ୍ଲାପାଳ ଦିବ୍ଯଜୋତି ପରିଡା, ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ଜିଲ୍ଲା ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଭି କିର୍ତ୍ତୀ ହାସନ,ଶେରଗଡ ସମିତିସଭ୍ୟାସବିତାରାଣୀ ଚୌଧୁରୀ , ବିଡିଓ ଶିବାଶିଷ ବରାଳ ଦୀପ ପ୍ରଜ୍ଜଳନ କରି ଏହି କେଫ ଓ ହାଟକୁ ଉଦଘାଟନ କରିଛନ୍ତି। ଶେରଗଡ ରେ ଏହା ପ୍ରଥମ ହୋଇଥିବା ଯୋଗୁଁ ବହୁ ବ୍ଯକ୍ତି ଉପସ୍ଥିତ ଥିଲେ। ଉଦଘାଟନ ପରେ ଅଧିକାରୀ ମାନେ ମିଶନଶକ୍ତି କେଫ ଭିତରକୁ ଯାଇ କି କି ସୁବିଧା ମିଳୁଛି ସେ ସଂପର୍କରେ ପଚାରି ବୁଝିଥିଲେ। ଏବଂ ଏହି କେଫ ଓ ହାଟ ସାଧାରଣ ଲୋକ ଓ ମହିଳାମାନଙ୍କ ସୁବିଧା ରେ ଆସିବ। ଏହା ହେବା ଦ୍ବାରା ମିଶନଶକ୍ତି ମହିଳାମାନଙ୍କ ଆତ୍ମ ନିର୍ଭରଶୀଳ ହେବାର ସୁଯୋଗ ସୃଷ୍ଟି ହୋଇପାରିଛି। ଶେରଗଡ ଅଞ୍ଚଳରେ କେଫ ରେ ସମସ୍ତ ପ୍ରକାର ଅତ୍ଯାଧୂନିକ ଖାଦ୍ୟ ମିଳୁଛି।ଏହି ଉଦଘାଟନ ସମୟରେ ଆସିକା ଏସଡିପିଓ ଉମାଶଙ୍କର ସିଂ, ଥାନାଅଧିକାରୀ ବିରେନ୍ଦ୍ର ଶିଆଳ , ବଳରାମ ପାଢୀ ସମେତ ବହୁ ବ୍ଯକ୍ତି ଉପସ୍ଥିତ ଥିଲେ। ମିଶନ ଶକ୍ତି କେଫ ଶୁଭାରମ୍ଭ ପୂର୍ବରୁ ଶେରଗଡ ଉଦୟ ପ୍ରତାପ ଡିଗ୍ରୀ କଲେଜ କୁ ଯାଇ ନିର୍ମାଣ ଧିନ କୋଠରୀ, କୋଠରୀ ଗୁଡିକର ସୌନ୍ଦର୍ଯ୍ୟ କରଣ କାମ ଦେଖିଥିଲେ। ପରେ ଶୋଭା ଚନ୍ଦ୍ରପୁର ସ୍ଥିତ ମାଁ ତରାତାରିଣି ପୀଠର ନିର୍ମାଣ କାମ ଦେଖି ଖୁସି ବ୍ଯକ୍ତ କରିଥିଲେ। ମନ୍ଦିର କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଆସିଥିବା ୪୫ ଲକ୍ଷ ଟଙ୍କା ଅର୍ଥ ନିଅଣ୍ଟ ପଡିବ ଏଣୁ ଆଉ ୨୦ ରୁ ୩୦ ଲକ୍ଷ ଟଙ୍କା ଅନୁଦାନ ଦେବାକୁ କମିଟି ଓ ବ୍ଳକ ଅଧକ୍ଷ କୃଷ୍ଣଚନ୍ଦ୍ର ନାୟକ ଅନୁରୋଧ କରିଥିଲେ। ତୁରନ୍ତ ପ୍ରକଳ୍ପ କାମ ସାରିବା କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଉକ୍ତ ପରିଦର୍ଶନ ସମୟରେ କମିଟି ପକ୍ଷରୁ ବାସୁଦେବ ସ୍ବାଇଁ, ପର୍ଶୁରାମ ସ୍ବାଇଁ, ସୂର୍ଯ୍ଯନାରାୟଣଦାଶ, ବ୍ଳକ ନିର୍ବାହୀ ଯନ୍ତ୍ରୀ ସୀମାଞ୍ଚଳ ଦାଶ, ଅଧିକାରୀ ମାନେ ଉପସ୍ଥିତ ଥିଲୋ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ