ଜିଲ୍ଲାପ୍ରଶାସନ ଓ ପୁଲିସର ଘନଘନ ପ୍ରଚାର ଓ ସଚେତନତା ଘଣ୍ଟ, କରତାଳି ଓ ହୁଳହୁଳିରେ କମ୍ପିଲା

ଛତ୍ରପୁର : କରୋନା ଭୂତାଣୁ ସାରା ବିଶ୍ବରେ ମହାମାରୀ ରୁପ ନେଇଥିବାବେଳେ ଆମ ଦେଶରେ ମଧ୍ୟ ବ୍ୟାପିବାରେ ଲାଗିଛି।ଏଣୁ କରୋନାକୁ ହରାଇ ଦେଶକୁ ଜିତାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିର ଦିନକୁ ଜନତା କର୍ଫ୍ୟୁ ରୁପେ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି। ଏହାକୁ ସମଗ୍ର ଭାରତ ବର୍ଷ ସମର୍ଥନ କରିଛନ୍ତି କ୍ଷ ଏହା ସହ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲକ ଡାଉନ ଡାକରା ଆଜି ପ୍ରଥମ ଦିନରେ ଛତ୍ରପୁର ସହର ଓ ଆଖ ପାଖ ଅଂଚଳ ସକାଳ ୦୭ଘଣ୍ଟା ସମୟରୁ ବର୍ତ୍ତମାନ ପର‌୍ୟ୍ୟନ୍ତ ବାହାରୁକୁ ବାହାରି ନଥିବା ଦେଖିବାକୁ ମିଳିଥିଲା।କାଁ ଭାଁ ଲୋକ ଔଷଧ ପାଇଂ ଆସିଥିବା ଦେଖିବାକୁ ମିଳିଥିଲା।ଲୋକଙ୍କୁ ଅଧିକ ମାତ୍ରାରେ ସଚେତନ କରିବା ସକାଶେ ଗଞ୍ଜାମ ଜ଼ିଲ୍ଲାପାଳ ଓ ଗଞ୍ଜାମ ଏସପିଙ୍କ ନିର୍ଦେଶକ୍ରମେ ଜ଼ିଲ୍ଲା ସାରା ବୁଲି ଲୋକେ ଘରୁ ନ ବାହାରି ଜନତା କର୍ଫ୍ୟୁ ଏବଂ ଲକ ଡାଉନକୁ ମାନିବା ପାଇଁ ଡାକବାଜୀ ଯନ୍ତ୍ର ଯୋଗେ ଘନ ଘନ ପ୍ରଚାର ପୁଲିସ କର୍ମଚାରୀ ଏବଂ ସରକାରୀ କର୍ମଚାରୀ ମାନେ ସଚେତନତା କାର‌୍ୟ୍ୟ କରୁଛନ୍ତି । ଏହି ଅବସର ରେ ଛତ୍ରପୁର ସହରରେ ଦୋକାନ, ବଜାର , ଗାଡି ,ମଟର ସବୁ ମଧ୍ୟ ବନ୍ଦ ଅଛି।ଏଥି ସହ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ବଢିବା ଦେଖାଦେଇଛି।ଫଳରେ ମନ୍ଦିର,ମସଜିଦ୍,ଓ ଚର୍ଚ୍ଚ ମଧ୍ୟ ଭକ୍ତଙ୍କ ଅଭାବରୁ ଏବଂ ଯାତାୟତ ଶୁନ୍ୟ ଯୋଗୁଁ ସବୁଆଡେ ଖାଁ ଖାଁ ଲାଗୁଥିବା ଦେଖିବାକୁ ମିଳିଥିଲା । ଅପରାହ୍ନ ୫ଟା ରେ ସତ୍ୟବାଦିନଗର, ଗିଲଟିପେଟାସାହି, ମହାଶକ୍ତି ବଣିକ ସଂଘ, ରିକାପଲ୍ଲୀଛକ ସମେତ ଛତ୍ରପୁର ସହର ଓ ଆଖପାଖ ଅଂଚଳରେ ତାଳ, ଘଣ୍ଟ, ବାଦ୍ୟ,କରତାଳି ଶବ୍ଦ ସହ ମହିଳା ମାନେ ହୁଳହୁଳି ଦେଇ କରୋନା ମୁକାବିଲା ପାଇଁ କାର‌୍ୟ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଛତ୍ରପୁର ସହର ଓ ଆଖ ପାଖ ଅଂଚଳବାସୀ କୃତଜ୍ଞତା ଜଣାଇଥିଲେ । ଏଥିସହ ଆମ ଦେଶରୁ ଅତିଶୀଘ୍ର କରୋନା କିପରି ଲୋପ ପାଇବା ସେଥିପାଇଁ ପ୍ରାର୍ଥନା କରିଥିଲେ । ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଡେପୁଟି କଲେକ୍ଟର ବିଜୟାନନ୍ଦ ସେଠୀ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ବିଡିଓ ଅମ୍ବିକା ପ୍ରସାଦ ଦାଶ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଏବଂ ପୁଲିସ କର୍ମଚାରୀ ମାନେ ଲୋକମାନଙ୍କୁ ଘରରୁ ନବାହାରିବା ନିମନ୍ତେ ସଚେତନତା କରିବା ସହ ଯେଉଁମାନେ ବାହରକୁ ଆସୁଛନ୍ତି କେଉଁ କାରଣରୁ ଆସୁଛନ୍ତି ବୋଲି ତଦାରଖ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ