ଜିଲ୍ଲାରେ ଗଡିଲା ଶିକ୍ଷା ସଚେତନତା ରଥ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏହି କ୍ରମରେ ସମଗ୍ର ଶିକ୍ଷା, ଯାଜପୁର ତଥା ଜିଲ୍ଲା ପ୍ରଶାସନର ମିଳିତ ଆୟୋଜନରେ ବିଦ୍ୟାଳୟ ବାହାରେ ଥିବା ୬ ରୁ ୧୬ ବର୍ଷ ବୟସର ପିଲା ମାନଙ୍କୁ ବିଦ୍ୟାଳୟକୁ ଆଣିବା ନିମନ୍ତେ ଜିଲ୍ଲାରେ “ଶିକ୍ଷା ସଚେତନତା ରଥ” ର ଶୁଭାରମ୍ଭ କରାଯାଇଚ୍ଥି । ମଙ୍ଗଳବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ଯୋଗଦେଇ ଆନୁଷ୍ଠାନିକ ଭାବେ ରିବନ କାଟି ଓ ପତାକା ଦେଖାଇ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ । ପରେ ପରେ ୧୦ ଗୋଟି ରଥ ବିଭିନ୍ନ ବ୍ଳକ ଅଭିମୁଖେ ଯାତ୍ରା କରିଥିଲେ ।କରୋନା ମହାମାରୀ ଯୋଗୁ ବିଦ୍ୟାଳୟ ଗୁଡିକ ଦୀର୍ଘ ଦିନ ଧରି ବନ୍ଦ ଥିବାରୁ ବହୁତ ପିଲା ଏବେ ମଧ୍ୟ ବିଦ୍ୟାଳୟକୁ ପେଂରି ନାହାନ୍ତି । ସେମାନଙ୍କୁ ବିଦ୍ୟାଳୟକୁ ପେଂରାଇ ଆଣି ମୁଖ୍ୟ ସ୍ରୋତରେ ସାମିଲ କରିବା ହିଁ ଏହି ଶିକ୍ଷା ସଚେତନତା ରଥର ମୂଳ ଉଦ୍ଦେଶ୍ୟ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ଯାଜପୁର ଜିଲ୍ଲାର ୧୦ ଗୋଟି ବ୍ଳକର ବିଭିନ୍ନ ପଞ୍ଚାୟତର ଉପାନ୍ତ ଅଞ୍ଚଳରେ ଏହି ଶିକ୍ଷା ସଚେତନତା ରଥ ଗୁଡିକ ତା ୨୪ା୫ା୨୦୨୨ ରିଖ ଠାରୁ ତା ୨୮ା୫ା୨୦୨୨ ରିଖ ପର୍ଯ୍ୟନ୍ତ ପରିକ୍ରମା କରିବ । ଏହି ରଥରେ ଲିପଂ୍‌ଲେଟ୍ ମାଧ୍ୟମରେ ବାର୍ତ୍ତା ପହଞ୍ଚାଇବା ସହିତ ବିଦ୍ୟାଳୟ ଗୁଡିକରେ ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ଅଭିଭାବକ ତଥା ଜନସାଧାରଣଙ୍କୁ ଅବଗତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଚ୍ଥି ବୋଲି ଜିଲ୍ଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି ଅବଗତ କରାଇଚ୍ଥନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସର୍ବଶ୍ରୀ କୃତ୍ତିବାସ ବାରିକ, ରାଜେଶ କୁମାର ସ୍ୱାଇଁ , ଶଶିଧର ସିଂହ, ବ୍ଳ୍‌କ ଶିକ୍ଷାଧିକାରୀ ସ୍ମୃତିରେଖା ନାୟକ, ବଳରାମ ନାୟକ, ସୁଦର୍ଶନ ନାୟକ, ନିକୁଞ୍ଜ ବିହାରୀ ମହାନ୍ତି, ମହମ୍ମଦ ହୁମାୟୁନ , କିଶୋର ମଲ୍ଲିକ, ଶ୍ରୀଚରଣ ମଲ୍ଲିକ, ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକ ଆଲୋକ କୁମାର ବଳ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ବିଷ୍ଣୁ ଚରଣ ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ, ଭାରପ୍ରାପ୍ତ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷାର ସମସ୍ତ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନୁସୂଚୀତ ଜାତି ଓ ଜନ ଜାତି ଶିକ୍ଷା ସଂଯୋଜିକା, (ସମଗ୍ର ଶିକ୍ଷା) ର ଜ୍ୟୋସ୍ନାମୟୀ ଧଳ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ