ଜିଲ୍ଲାରେ ୨ୟ ସ୍ଥାନ ଅଧିକାର କଲେ ବନ୍ତ ମାଟିର ସୌମ୍ୟଶ୍ରୀ ଆଶୁତୋଷ
ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଭଣ୍ଡାରଗଢିଆ ଗ୍ରାମ ତଥା ଅଣିଜୋ ନୋଡାଲ ହାଇସ୍କୁଲର ଶିକ୍ଷକ ତଥା ଏସ୍.ଏଲ.ଆର.ପି ପର୍ଶୁରାମ ନାୟକ ଓ ମାତା ସଞ୍ଜୁକ୍ତା ନାୟକଙ୍କ ପୁତ୍ର ସୌମ୍ୟଶ୍ରୀ ଆଶୁତୋଷ ନାୟକ ଚଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ୬ ଶହ ମାର୍କରୁ ୫୬୮ ତଥା ଶତକଡା ୯୪.୬୭ ନମ୍ବର ରଖି ଜିଲ୍ଲାରେ ୨ୟ ସ୍ଥାନ ଅଧିକାର କରିବା ସହିତ ଭଦ୍ରକ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣାଯାଇଛି । ଏଥିସହ ସେ ନିଜ ବିଦ୍ୟାଳୟ ତଥା ଭଦ୍ରକସ୍ଥିତ ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସର୍ବାଧିକ ନମ୍ବର ରଖି ସଫଳତା ହାସଲ କରିଛନ୍ତି । ସେ ଭବିଷ୍ୟତରେ ଆଷ୍ଟ୍ରୋ ଫିଜିକ୍ସରେ ଜଣେ ବୈଜ୍ଞାନିକ ହେବାର ଆଶା ରଖିଛନ୍ତି । ସେ ଦୈନନ୍ଦିନ ୮ରୁ ୧୦ ଘଣ୍ଟା ପରିଶ୍ରମ କରିଆସୁଥିଲେ । ସେ ନିଜର ସଫଳତା ପାଇଁ ବିଦ୍ୟାଳୟର ଗୁରୁଜୀ, ଗୁରୁମାଙ୍କ ସମେତ ପରିବାର ବାପାମାଆ ଓ ଜେଜେବାପା ଦୀନବନ୍ଧୁ ନାୟକ, ଜେଜେମାଆ ବିଦୁଲତା ନାୟକଙ୍କୁ ଶ୍ରେୟ ଦେଇଛନ୍ତି । ତେବେ ଅସୀମ ଧୈର୍ଯ୍ୟ, କଠିନ୍ ପରିଶ୍ରମ, ଅଧ୍ୟବସାୟ ବଳରେ ଏହି ସଫଳତା ପାଇଥିବା ସେ କହିଛନ୍ତି । ପୂର୍ବରୁ ସେ ଯୁବ ଜ୍ୟୋତିର୍ବିଦ ପରୀକ୍ଷାରେ ସଫଳତା ହାସଲ କରି ଇସ୍ରୋ ଭ୍ରମଣରେ ଯିବା ପାଇଁ ଓଡିଶା ସରକାରଙ୍କ ତରଫରୁ ଯୋଗ୍ୟ ବିବେଚିତ ହୋଇଥିଲେ । ତାଙ୍କର ଏହି ସଫଳତାରେ ସମଗ୍ର ବ୍ଲକବାସୀ ଖୁସିବ୍ୟକ୍ତ କରିଛନ୍ତି ।