ଜିଲ୍ଲାରେ ନିର୍ମାଣ ଧୀନ ସେତୁଗୁଡିକର କାର୍ଯ୍ୟ ଯଥାଶୀଘ୍ର ଶେଷ କର – ଗ୍ରାମ୍ୟ ଉନ୍ନୟନ ବିଭାଗ,ପ୍ରମୁଖ ଶାସନ ସଚିବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବ୍ରହ୍ମପୁର ସ୍ଥିତ ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ,ପ୍ରମୁଖ ଶାସନ ସଚିବ,ସଞ୍ଜୟ କୁମାର ସିଂ ଙ୍କ ଦ୍ଵାରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ସମୀକ୍ଷା ବୈଠକରେ’ ସଚିବ ଶ୍ରୀ ସିଂ ସମସ୍ତ ଯନ୍ତ୍ରୀ ମାନଙ୍କୁ ଅବଗତ କରାଇଥିଲେ ଯେ,ଗଞ୍ଜାମ ଜିଲ୍ଲା ସବୁବେଳେ ସୁନାମ ପାଇଆସୁଛି । ଜିଲ୍ଲାର ସୁନାମ ଆଣିବା ଦିଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟ ହେଉଥିବା କାମ ଗୁଡିକ ସମ୍ପନ୍ନ କରିବା ଦିଗରେ ତ୍ବରାନିତ କରିବାର ଆବଶ୍ୟକତା ରହିଛି । ସେତୁ ନିର୍ମାଣ କ୍ଷେତ୍ରରେ ଟେଣ୍ଡର କାର୍ଯ୍ୟ ସାରିଦେଇ ସମସ୍ତ କାର୍ଯ୍ୟ ଠିକାଦାରଙ୍କ ଉପରେ ନ୍ୟସ୍ତ କଲେ ହେବନାହିଁ । ଠିକାଦାରଙ୍କ କାର୍ଯ୍ୟଧାରା ଗୁଡିକ ବରାବର ତଦାରଖ କରିବାକୁ ପରାମର୍ଶ ଦେଇଥିଲେ । ଉନ୍ନୟନ କାର୍ଯ୍ୟରେ ଦେଖାଯାଉଥିବା ପ୍ରତିବନ୍ଧକ ଗୁଡିକ ସମାଧାନ କରି ଉକ୍ତ କାର୍ଯ୍ୟର ଶୀଘ୍ର ସମାପନ ଦିଗରେ ପ୍ରତ୍ଯେକେ ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ରହିଛି ବୋଲି ଜଣାଇଥିଲେ । ଯନ୍ତ୍ରୀଗଣ କ୍ଷେତ୍ର ପରିଦର୍ଶନ କରି ସମସ୍ତ ସୁବିଧା ଅସୁବିଧା ବୁଝିବେ । ଅସୁବିଧା ସମ୍ପର୍କରେ ନିଜ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାନ୍ତୁ । ସେହିଠାରେ ସମସ୍ଯାର ସମାଧାନ ହୋଇନପାରିଲେ ଜିଲ୍ଲାପାଳଙ୍କ ସହାୟତା ନେଇ ସମସ୍ଯାର ସମାଧାନ କରି କାର୍ଯ୍ୟଗୁଡିକ ସଠିକ ସମୟରେ ସମାପନ କରନ୍ତୁ । ଯନ୍ତ୍ରୀ ଭାବରେ ଆପଣ ମାନେ’ ସମସ୍ଯା ସହିତ ଏହାର ସମାଧାନର ବାଟ ମଧ୍ୟ ବାହାର କରି କାର୍ଯ୍ୟ’ ଯେମିତି ସଠିକ’ ସମୟରେ ସମାପନ ହେବ ସେ ଦିଗରେ’ ତତ୍ପରତା ପ୍ରକାଶ କରିବାକୁ ଜଣାଇଥିଲେ । ଡ଼ିପିଆର ପ୍ରସ୍ତୁତ କରିବା ପୂର୍ବରୁ କ୍ଷେତ୍ର ପରିଦର୍ଶନ କରି ପ୍ରକୃତ ଡ଼ିପିଆର ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ଯେଉଁ ଅଧିକାରୀ ମାନଙ୍କ ଦ୍ଵାରା କାର୍ଯ୍ୟ ଧାରା ବିଳମ୍ବ ହେବ ସେମାନଙ୍କୁ ଉତ୍ତରଦାୟୀ କରାଯିବ । ନିଜ ସଦରମହକୁମାରେ ରୁହନ୍ତୁ ଏବଂ କ୍ଷେତ୍ର ପରିଦର୍ଶନ କରିବାକୁ ପରାମର୍ଶ’ ଦେଇଥିଲେ ।ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା ସଚିବ ଙ୍କ ଦ୍ରୁଷ୍ଟି ଆକର୍ଷଣ କରି ଜଣାଇଥିଲେ ଯେ, ଅନେକ ସମୟରେ ଜନ ସାଧାରଣ ରାସ୍ତାର ମରାମତି ସମ୍ପର୍କରେ ପ୍ରଶାସନର ଦ୍ରୁଷ୍ଟି ଆକର୍ଷଣ କରନ୍ତି । ଗୋଟିଏ ରାସ୍ତାକୁ ନିୟମିତ ନିର୍ଦ୍ଧିଷ୍ଟ’ ସମୟ ସୀମା ମଧ୍ୟରେ ସଜାଡିଲେ ରାସ୍ତାଗୁଡିକର ପରିଚାଳନା ଠିକ ହୋଇପାରିବ ।ରାସ୍ତା ନିର୍ମାଣ ଗୃହ ନିର୍ମାଣ କିମ୍ବା ସେତୁ ନିର୍ମାଣ କ୍ଷେତ୍ରରେ କୌଣସି ସମସ୍ଯା ଦେଖାଗଲେ ତାହା ଜିଲ୍ଲା ପ୍ରଶାସନ ର ଦ୍ରୁଷ୍ଟିକୁ ଆଣନ୍ତୁ । ତେବେ’ ଯାଇ ତାର ସମାଧାନ ବାଟ ଖୋଲିବ ଏବଂ ଉନ୍ନୟନ କାର୍ଯ୍ୟ ବିନା ଦ୍ଵିଧାରେ ସଠିକ ସମୟରେ ସମାପନ ହୋଇପାରିବ । ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ବିଜୁ ସେତୁ ଯୋଜନା,ମୁଖ୍ୟମନ୍ତ୍ରୀ ସଡକ ଯୋଜନା, ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ଯୋଜନା ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଯାଇଛି ।ଏହି ସମୀକ୍ଷା ବୈଠକରେ ରାଜ୍ୟ ଗ୍ରାମ୍ୟ ନିର୍ମାଣ କୋଠବାଡି ଓ ସେତୁ ବିଭାଗ ଯନ୍ତ୍ରୀ ମୁଖ୍ୟ ପ୍ରଦୀପ ସାମଲ,ମୁଖ୍ୟ ଯନ୍ତ୍ରୀ ରମେଶ ଚନ୍ଦ୍ର’ ବେହେରା ଗଞ୍ଜାମ ଜିଲ୍ଲା ଗ୍ରାମ ନିର୍ମାଣ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ କୁମାର ଜେନା , ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ– ୧ ର ଅଧିକ୍ଷଣ ଯନ୍ତ୍ରୀ ନାରଣ ମୁର୍ମୁ ଏବଂ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ