ଜିଲ୍ଲାରେ ପ୍ରଥମଥର ୩ଜଣ ଭିନ୍ନକ୍ଷମଙ୍କୁ ଥେରାପିଉଟିକ ସେବା ପାଇଁ ଭୁବନେଶ୍ୱର ପ୍ରେରଣ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଭୁବନେଶ୍ୱରର ପୋଖରୀପୁଟଠାରେ ରାଜ୍ୟ ଭିନ୍ନକ୍ଷମ ଅନୁଷ୍ଠାନ ଗଠନ କରି ସେଠାରେ ଏକ ବର୍ଷରୁ ୧୪ ବର୍ଷ ମଧ୍ୟରେ ଆସୁଥିବା ବିଭିନ୍ନ ପ୍ରକାର ଭିନ୍ନକ୍ଷମଙ୍କୁ ବିଭିନ୍ନ ପ୍ରକାର ଥେରାପିଉଟିକ ସେବା ଓ ସ୍ୱତନ୍ତ ଶିକ୍ଷା (ସଙ୍ଗୀତ, କଳା, କ୍ରାପ୍ଟ) ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ସେଠାରେ ଅଭିଜ୍ଞ ପ୍ରଶିକ୍ଷକମାନେ ରହି ମାଗଣାରେ ଏହି ସେବା ଯୋଗାଇ ଦେଉଛନ୍ତି । ସେଠାରେ ରହୁଥିବା ଭିନ୍ନକ୍ଷମ ଓ ଜଣେ ସହାୟକଙ୍କ ରହିବା, ଖାଇବା ମାଗଣାରେ ଯୋଗାଇ ଦେବାର ବ୍ୟବସ୍ଥା ଅଛି । ଏପରିକି ତାଙ୍କ ଘରଠାରୁ ଉକ୍ତ ଅନୁଷ୍ଠାନ ପର୍ଯ୍ୟନ୍ତ ସରକାରୀ ଖର୍ଚ୍ଚରେ ନେଇ ପହଞ୍ôଚାଇବା ଓ ଫେରାଇଆଣି ଘରେ ପହଞ୍ôଚାଇବାର ବ୍ୟବସ୍ଥା ରହିଛି । ଏହି ମର୍ମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକର ଶଙ୍ଖପଦା ଗ୍ରାମର ରାଜକିଶୋର ସ୍ୱାଇଁଙ୍କ ଦୁଇ ଯାଆଁଳା ପିଲା ଅହମ ସ୍ୱାଇଁ(୪ ବର୍ଷ) ଓ ଅହଲ୍ୟା ସ୍ୱାଇଁ(୪ ବର୍ଷ) ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ବଡମୂଳବସନ୍ତ ଗ୍ରାମର ବାଦଲ ମଲ୍ଲିକଙ୍କ ୬ବର୍ଷର ସାଇ ମଲ୍ଲିକଙ୍କ ଅଭିଭାବକଙ୍କୁ ବୁଝାଇ ଆଜି ଏକ ସ୍ୱତନ୍ତ୍ର ଗାଡିରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲୀ ପ୍ରିୟଦର୍ଶିନୀଙ୍କ ତତ୍ତ୍ୱାବଧାନରେ ପଠାଯାଇଛି । ଆଜି ସକାଳୁ ସେମାନଙ୍କୁ ପ୍ରଶାସନ ଦୁଇଟି ସ୍ୱତନ୍ତ୍ର ଗାଡିରେ ତାଙ୍କ ଗ୍ରାମରୁ ଜିଲ୍ଲା କାର୍ଯ୍ୟାଳୟକୁ ଆଣିଥିଲେ । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗାପ୍ରସାଦ ମହାରଣା ଓ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଭିନ୍ନକ୍ଷମ ପିଲାମାନଙ୍କୁ ଖେଳନା ଓ ମିଠା ପ୍ୟାକେଟ ଦେଇ ସ୍ୱାଗତ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦାସ ଏହି ନୂତନ ଯୋଜନା ଉପରେ ସମସ୍ତଙ୍କୁ ଅବଗତ କରିବା ପରେ ଉଭୟ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଗାଡିକୁ ଭୁବନେଶ୍ୱର ଅଭିମୁଖେ ପଠାଇଥିଲେ । ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଭିନ୍ନକ୍ଷମଙ୍କୁ ସେବା ଯୋଗାଇଦେବାରେ ଅଗ୍ରାଧିକାର ଦେଉଥିବାର ପ୍ରମାଣ ଆଜିର ଏହି କାର୍ଯ୍ୟକ୍ରମ ଏକ ଅଂଶ ବିଶେଷ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି । ଏଭଳି ଏକବର୍ଷରୁ ୧୪ ବର୍ଷର ଭିନ୍ନକ୍ଷମ ପିଲାମାନେ ଯଦି ମାଗଣାରେ ଥେରାପିଉଟିକ ସେବା ଚାହାନ୍ତି ତେବେ ସ୍ଥାନୀୟ ବ୍ଲକ କିମ୍ବା ଜିଲ୍ଲା କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ