ଜିଲ୍ଲାରେ ପ୍ରଥମ ଟିଫିନ୍ ବୈଠକ ଅନୁଷ୍ଠିତ

ବାଲେଶ୍ଵର, (ସରୋଜ ପଣ୍ଡା):ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ଟିଫିନ୍ ବୈଠକର ଶୁଭାରମ୍ଭ ଆଜି ସକାଳ ୮.୩୦ ମିନିଟ ସମୟରେ ସ୍ଥାନୀୟ ରୟାଲ କୁଇନ୍ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଉକ୍ତ ବୈଠକକୁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦଘାଟନ କରିଥିବା ବେଳେ ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା ବୈଠକ ପରିଚାଳନା କରିଥିଲେ। ପ୍ରାରମ୍ଭିକ ଭାଷଣରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଟିଫିନ୍ ବୈଠକର ଅଭିପ୍ରାୟ ଓ ଏହାର ଗୁରୁତ୍ଵ ଉପରେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଜଣାଇଥିଲେ। ବୈଠକରେ ସାମ୍ପ୍ରତିକ ଘଟଣାବଳୀ ଉପରେ ଆଲୋଚନା, ରଣନୀତି ପ୍ରସ୍ତୁତ କରିବା ସହିତ ଆଗାମୀ ଯୋଜନା ସମ୍ବନ୍ଧରେ ଆଲୋଚନା କରିବା ପରେ ସମସ୍ତ କାର୍ଯ୍ଯକର୍ତ୍ତା ନିଜ ନିଜ ଘରୁ ଆଣିଥିବା ପ୍ରାତଃ କାଳୀନ ଜଳଖିଆ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରି ଖାଇଥିଲେ। ଯାହା ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହିତ ଆନ୍ତରିକତା ବଢ଼ାଇବାରେ ସହାୟକ ହେବ। ଆଗାମୀ ଦିନରେ ନିୟମିତ ସମୟ ଅନ୍ତରାଳରେ ଏହି ପ୍ରକାରର ବୈଠକ ସମଗ୍ର ଜିଲ୍ଲାରେ ଆୟୋଜିତ ହେବ ବୋଲି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି।ବୈଠକରେ ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୁର୍ବତ୍ତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଷୁସମା ରାଣୀ ବିଶ୍ବାଳ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଉପସଭାପତି କମଳା ବିନ୍ଧାଣୀ, କମଲଲୋଚନ ଦାସ ଓ ମୀନାକ୍ଷୀ ମହାପାତ୍ର, ଜିଲ୍ଲା ସମ୍ପାଦକ ଆଶିଷ ଘୋଷ, ମହିଳା ନେତ୍ରୀ ମମତା ମହାପାତ୍ର, ଶିପ୍ରା ମହାପାତ୍ର, ଶୁଚ୍ଶିସ୍ମୀତା ପଣ୍ଡା, ପ୍ରଶାନ୍ତି ପଣ୍ଡା, ତରୁଲତା, ମଧୁଶ୍ରୀ ପଣ୍ଡା, କଳ୍ପଲତା ବେହେରା ଓ ଅଭିନେତ୍ରୀ ଜୀନା, ନଗର ସାଧାରଣ ସମ୍ପାଦକ ଜୋଗେନ ଚନ୍ଦ୍ର ରଣା, ସନାତନ ବାରିକ, କଟି ସାହୁ, ମନୋଜ୍ ପୋଦ୍ଦାର, ସାମନ୍ତ ଭାଇ, ବିଜୟ ନାୟକ, ନିତୁନ ଶାହା, ବିପିନ୍ ମାରାଣ୍ଡି ଓ ସୁଭାଷ ଦାସଙ୍କ ସହିତ ଅନେକ ଉତ୍ତରଦାୟୀ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ। ଶେଷରେ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ନାରାୟଣ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ