ଜିଲ୍ଲାରେ ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ନିୟୋଜିତ ହେବେ ଏନସିସି କ୍ୟାଡ଼େଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଚଳିତ ସାଧାରଣ ରଣ ନିର୍ବାଚନରେ ପ୍ରାପ୍ତ ବୟସ୍କ ଓ ଭିନ୍ନକ୍ଷମ ଭୋଟରଙ୍କୁ ପୋଲିଙ୍ଗ ବୁଥରେ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ପ୍ରଥମ ଥର ପାଇଁ ନିୟୋଜିତ ହେବେ ସିନିୟର ଏନସି. କ୍ୟାଡ଼େଟ । ଶ୍ରୀରାମ ସ୍ନାତକ ମହାବିଦ୍ୟାଳୟ, କାଶୀନଗର ଓ ଜେ.ଆଇ.ଟି.ଏମ୍ , ବିଶ୍ବ ବିଦ୍ୟାଳୟ,ପାରଳାଖେମୁଣ୍ଡିର ୪୪ ଜଣ ଏନସିସି କ୍ୟାଡ଼େଟର ଛାତ୍ର ଛାତ୍ରୀ ୨୦ ଗୋଟି ବୁଥରେ ନିୟୋଜିତ ହେବେ । ସମସ୍ତ କ୍ୟାଡର ଛାତ୍ର ଛାତ୍ରୀ ମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇ ବୁଥ ମାନଙ୍କରେ ନିୟୋଜିତ କରାଯିବ । ଏଥ୍ ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ଗଜପତି ଏ ଦିଗରେ ଛାତ୍ର ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଏହି କ୍ଷେତ୍ରରେ ସେ ସେମାନଙ୍କ ଆଗ୍ରହ ଦେଖ୍ ସାମାଜିକ କାର୍ଯ୍ୟ ନିମନ୍ତେ ଆଗଭର ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ଏହି ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଦନା କରାଯିବା ସହ ପ୍ରଶଂସା ପତ୍ର ପ୍ରଦାନ କରାଯିବ ବୋଲି ସୁଚନା ପ୍ରଦାନ କରିଛନ୍ତି ।


