ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକା ଚଳିତ ମାସ ୧୬ ତାରିଖ ଦିନ ପ୍ରଦାନ କରାଯିବ

ଗଞ୍ଜାମ,(ଓ୍ବାଇଏନ୍ଏସ୍): ଜିଲ୍ଲାରେ ଚଳିତମାସ ୧୬ ତାରିଖ ଠାରୁ କୋଭିଡ୍ ଟିକା ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ପଞ୍ଜିକରଣ ହୋଇଥିବା ୨୫,୧୦୬ଜଣଙ୍କୁ ଏହି କୋଭିଡ୍ ଟିକା ପ୍ରଦାନ ନିମନ୍ତେ ୧୧ଗୋଟି କୋଭିଡ୍ ଟିକା ପ୍ରଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ସେଥିନେଇ ପ୍ରଶାସନ ପକ୍ଷରୁ ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ପ୍ରକାର ଆଶୁ ବ୍ୟବସ୍ଥା ହୋଇଛି । ଏହାର ପ୍ରସ୍ତୁତି ଏବଂ ବ୍ୟବସ୍ଥା ସମ୍ପର୍କରେ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲା କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଜଣାଇଥିଲେଯେ, କୋଭିଡ୍ ଟିକା ଆସିବା ପରେ ତାହାକୁ ରଖିବା ନିମନ୍ତେ ପ୍ରସ୍ତୁତ କରାଯାଇଥିବା ୭୮ ଗୋଟି କୋଲ୍ଡ ଚେନ୍ ପଏଣ୍ଟ ରେ ଯେପରି ସୁରକ୍ଷିତ ରଖାଯିବ ଏବଂ ଟିକା ପ୍ରଦାନରେ ସମସ୍ତ ପ୍ରକାର ଆଶୁ ବ୍ୟବସ୍ଥା କଡାକଡି ପାଳନ କରିବା ଦିଗରେ ଗୁରୁତ୍ବ ଦେବାପାଇଁ ଜଣାଇଥିଲେ । ସମସ୍ତ ସେଣ୍ଟର ଗୁଡିକର ଅପେକ୍ଷା ଗୃହ, ଆବଶ୍ୟକୀୟ ସରଞ୍ଜାମ, ବିଶ୍ରାମ ସ୍ଥଳ,୬ ମିଟର ଦୂତାରେ ବସିବା ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ ଗୁଡିକ ଠିକ୍ ଭାବେ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ୧୪୨ ଗୋଟି ସରକାରୀ ଚିକିତ୍ସାଳୟ ଏବଂ ୧୦୫ ଗୋଟି ବେସରକାରୀ ଚିକିତ୍ସାଳୟ ଗୁଡିକର ସେବା ଯୋଗାଇ ଦେଇ ଆସୁଥିବା ୨୫,୧୦୬ ଜଣ ହେଲ୍ଥ କେୟାର୍ ଓ୍ବାର୍କରଙ୍କୁ ଏହି ଟିକା ପ୍ରଦାନ କରାଯିବ । ୧୧ ଗୋଟି ସେଣ୍ଟର ମଧ୍ୟରେ ବ୍ରହ୍ମପୁର ସ୍ଥିତ ସିଟି ହସ୍ପିଟାଲ୍, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହା ବିଦ୍ୟାଳୟ, ଖ୍ରିଷ୍ଟିୟାନ୍ ହସ୍ପିଟାଲ ଏବଂ ଆସ୍କା ଅପର ପ୍ରାଇମେରୀ ହେଲ୍ଥ ସେଣ୍ଟର, ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ, ଆସ୍କା ଉପଖଣ୍ଡ ଚିକିତ୍ସାଳୟ, କମ୍ୟୁନିଟି ହେଲ୍ଥ ସେଣ୍ଟର ସୁମଣ୍ଡଳ, ଚିକିଟି, ଧରାକୋଟ ଏବଂ ବେଲଗାଁ ରେ ପ୍ରଦାନ କରାଯିବ । ପ୍ରତି ସେଣ୍ଟର ଗୁଡିକରେ ପ୍ରଥମେ ୧୦୦ ଜଣ ଲେଖାଏଁ ହେଲ୍ଥ କେୟାର୍ ଓ୍ବାର୍କର ଏହିଭଳି ୧୧୦୦ଟିକା ପ୍ରଥମ ଦିନରେ ପ୍ରଦାନ କରାଯିବ । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡା. ଆର୍ ଜଗଦୀଶ ପଟ୍ଟନାୟକ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ର ଜିଲ୍ଲା ପ୍ରୋଗ୍ରାମ୍ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ, ମାତୃଶିଶୁ ସଂଯୋଜନ ଜିଲ୍ଲା ମ୍ୟାନେଜର ଶକ୍ତି କୁମାର ଦିଗାଲ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଅବନୀ କୁମାର ପାତ୍ର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏବଂ କମିଟିର ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ