ଜିଲ୍ଲାରେ ଫେବୃଆରୀ ୨୭ରୁ ଆରମ୍ଭ ହେବ : ପଲିଓ ଆଭିଯାନ

ବାଲେଶ୍ୱର, (ସରୋଜ ପଣ୍ଡା) :-ଆସନ୍ତା ଜାନୁଆରୀ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ପଲସ ପୋଲିଓ ଅଭିଯାନର ସମୟ ସୂଚୀରେ ପରିବର୍ତ୍ତନ ହୋଇଛି । ପୂର୍ବରୁ ଜାନୁଆରୀ ୨୩, ୨୪ ଓ ୨୫ ତାରିଖରେ ଏହା ଆୟୋଜିତ ହେବାକୁ ଥିବା ବେଳେ ଏବେ ଏଥିରେ ପରିବର୍ତ୍ତନ ହୋଇ ଆସନ୍ତା ଫେବୃଆରୀ ୨୭, ୨୮ ଓ ମାର୍ଚ୍ଚ ୧ ତାରିଖରେ ଏହା କରାଯିବାକୁ ସ୍ଥିରୀକୃତ ହୋଇଛି । ଏ ନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ରାଜ୍ୟ ଶାଖା ପକ୍ଷରୁ ସମସ୍ତ ଜିଲାକୁ ସୂଚନା ଦିଆଯାଇଛି । ଫେବୃୟାରୀ ୨୭ ତାରିଖ ଦିନ ବୁଥସ୍ତରରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବାକୁ ଥିବା ବେଳେ ଫେବୃଆରୀ ୨୮ ଓ ମାର୍ଚ୍ଚ ୧ ତାରିଖରେ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ଯାଇ ପୋଲିଓ ବୁନ୍ଦା ପାଇ ନ ଥିବା ଶିଶୁମାନଙ୍କୁ ଏହା ଖୁଆଇବେ । ଜିଲ୍ଲାର ସମସ୍ତ ବ୍ଲକର ୨ଲକ୍ଷ ୧୨ହଜାର ୪୫୮ଜଣ ଶିଶୁଙ୍କୁ(୦ରୁ ୫ର୍ଷ) ପୋଲିଓ ବୁନ୍ଦା ଖୁଆଇବା ପାଇଁ ଏଥର ଲକ୍ଷ୍ୟ ରଖାଯାଇଛି । ଏଥି ନିମନ୍ତେ ଜିଲ୍ଲାର ବିଭିନ୍ନ ଅଂଚଳରେ ବୁଥ ସ୍ଥାପନ ସହିତ ସ୍ୱାସ୍ଥ୍ୟକର୍ମୀ(ଏଏନଏମ, ଅଙ୍ଗନବାଡ଼ି ଓ ଆଶାକର୍ମୀ) ଏବଂ ସୁପରଭାଇଜରଙ୍କୁ ନିୟୋଜିତ କରାଯିବ । ପଲସ ପୋଲିଓ ଅଭିଯାନରେ ନିୟୋଜିତ ହେବାକୁ ଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଓ ଅଧିକାରୀମାନେ କୋଭିଡ୍‌-୧୯ବୁଷ୍ଟର ଡୋଜ୍ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଆଶଙ୍କା ନ ରଖି ପିତାମାତା ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ