ଜିଲ୍ଲାରେ ବୁଲିଲା ୮୪ ମୋବାଇଲ ପାଟ୍ରୋଲିଂ ଭ୍ୟାନ୍
ଅନୁଗୁଳ(ଜୁଗାବ୍ଦ ନ୍ୟୁଜ୍): ସାଧାରଣ ନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନୁଗୁଳ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ସମୟରେ ଜିଲ୍ଲାରେ ୮୪ଟି ମୋବାଇଲ ପାଟ୍ରୋଲିଂ ଭ୍ୟାନ୍ ବୁଲୁଥିବା ସୂଚନା ମିଳିଛି । ଭୋଟ ବେଳେ ବା ପୂର୍ବରୁ ଯେଉଁମାନେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବେ ବା ନିର୍ବାଚନୀ ହିଂସା ପାଇଁ ଲୋକମାନଙ୍କୁ ପ୍ରବର୍ତ୍ତାଇବେ ସେମାନଙ୍କ ଉପରେ ଏହି ମୋବାଇଲ ପାଟ୍ରୋଲିଂ ପାର୍ଟି ନଜର ରଖିବେ । କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ଏପରି କାର୍ଯ୍ୟ କଲେ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଭୋଟ ପାଇଁ ମଦ ଦୋକାନ ସିଲ୍