ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣ ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ‘ଫନି’ ବାତ୍ୟାରେ ଗଞ୍ଜାମ ଜିଲ୍ଲାର ଆଂଶିକ ଧନସଂପତ୍ତି କ୍ଷତି ହୋଇଥିବା ବେଳେ ବହୁ ସଂଖ୍ୟକ ଗଛ ନଷ୍ଟ ହୋଇଛି । ଏଣୁ ଏହାର ପୁନଃଉଦ୍ଧାର ନିମନ୍ତେ ଜିଲ୍ଲାରେ ବ୍ୟାପକ ଭାବେ ବୃକ୍ଷରୋପଣ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ବିଭାଗ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି । ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିଜ ନିଜ ବ୍ଲକ ଅଞ୍ଚଳରେ ବୃକ୍ଷରୋପଣ କରିବା ସମସ୍ତ ବିଡିଓ, ବ୍ଲକ ଶିକ୍ଷାଧିକାରୀ, ସିଡିପିଓ, ସହକାରୀ କୃଷି ଅଧିକାରୀ, ସହକାରୀ ଉଦ୍ୟାନ ଅଧିକାରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଏବଂ ଜିଆର୍ଏସ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, କୃଷି ଉପନିର୍ଦ୍ଦେଶକ, ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକଙ୍କ ତତ୍ତ୍ୱାବଧନାରେ ଜିଲ୍ଲାସ୍ତରୀୟ ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ