ଜିଲ୍ଲାରେ ମଣ୍ଡି ବ୍ୟବସ୍ଥାର ସଂପ୍ରସାରଣ, ନିଯୁକ୍ତି, ଦରବୃଦ୍ଧି ନିୟନ୍ତ୍ରଣ ଦାବିରେ ସିପିଆଇର ଜୋନ ସମ୍ମିଳନୀ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ଜିଲ୍ଲାରେ ମଣ୍ଡି ବ୍ୟବସ୍ଥାର ସଂପ୍ରସାରଣ, ନିଯୁକ୍ତି, ଦରବୃଦ୍ଧି ନିୟନ୍ତ୍ରଣ ପ୍ରଭୃତି ଦାବିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏକ ଜୋନସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଉଦଘାଟନ କରି ଜିଲ୍ଲା ସାଧାରଣ ସମ୍ପାଦକ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ କହିଲେ ଯେ ମଣ୍ଡିରେ ଧାନ ବିକ୍ରୀର ବ୍ୟାପକ ଅବ୍ୟବସ୍ଥା, ବେକାର ଯୁବତୀ/ଯୁବକମାନଙ୍କୁ ନିଯୁକ୍ତି ଓ ଦରବୃଦ୍ଧି ନିୟନ୍ତ୍ରଣ, ଜାତୀୟ ରାଜପଥ ସଂପ୍ରସାରଣ ସମୟରେ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ଖାମଖିଆଲି ଓ ଦାୟିତ୍ୱହୀନତା କାରଣରୁ ବାରମ୍ବାର ଦୂର୍ଘଟଣା ଘଟି ଲୋକଙ୍କ ଜୀବନହାନୀ ଘଟିବା, ଜିଲ୍ଲାର ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ପ୍ରଶାସନର ବିଫଳତା ପ୍ରଭୃତି ପ୍ରତିବାଦରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ବ୍ୟାପକ ଜନ ସଚେତନତା ଓ ଜନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ । ଶିକ୍ଷକନେତା ଅଜୟ ସାମଲ ପାର୍ଟିର ଲାଲ୍ ପତାକା ଉତ୍ତୋଳନ କରିଥିବା ବେଳେ ସହ ସମ୍ପାଦକ ଆଦିକନ୍ଦ ରାଉଳ, ବିକାଶ ଚନ୍ଦ୍ର ବେଉରା, ଶୁକଦେବ ମଲିକ, ପ୍ରମୋଦ କୁମାର ରାଉତ, ସୁରେଶ ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଯୁବନେତା ରଞ୍ଜନ କୁମାର ମଲିକଙ୍କ ସଭାପତିତ୍ୱରେ ଡେରାବିଶ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମପଞ୍ଚାୟତର ବାଘିଲୋ ଗ୍ରାମରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଆସନ୍ତା ତିନିବର୍ଷ ପାଇଁ ଏକ ୧୫ଜଣିଆ ଜୋନ କମିଟି ଗଠନ କରାଯାଇଥିଲା ।