ଜିଲ୍ଲାରେ ମେଡିକାଲ ପ୍ରତିଷ୍ଠା ପାଇଁ କ୍ରିୟାନୁଷ୍ଠାନ କମିଟିର ସାନି ଉଦ୍ୟମ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦୀର୍ଘ ତିନି ବର୍ଷ ଧରି କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଧାରାବାହିକ ଭାବରେ ଚାଲିଥିବା ଆନ୍ଦୋଳନକୁ ପୂର୍ବତନ ସରକାର ଉପେକ୍ଷା କରି ଚାଲିଥିଲା ବେଳେ ଏବେ ସରକାର ପରିବର୍ତ୍ତନ ହେବା ପରେ ଜିଲ୍ଲାବାସୀଙ୍କର ଏହି ଦାବି ପୁରଣ ହେବାର ଆଶା ପୋଷଣ କରିଛି । ଏହି ଉଦ୍ଦେଶ୍ୟରେ ପବ୍ଲିକ୍ ରିଡିଂ ରୁମ୍ ପରିସରରେ କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଉପଦେଷ୍ଟା ପ୍ରାଧ୍ୟାପକ ନନ୍ଦକିଶୋର ପରିଡା, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, କୋଷାଧ୍ୟକ୍ଷ ଫକୀର ଖଟୁଆ, ରାଜକୁମାର ବିଶ୍ୱାଳ, ଆଦିକନ୍ଦ ରାଉଳ, ନରୋତ୍ତମ ପାର୍ଥସାରଥି, ଭାଗୀରଥି ଜେନା, ସିଦ୍ଧାର୍ଥ ଶଂକର ରାୟ, ମୁକ୍ତାର ଖାଁ, ଅଭିମନ୍ୟୁ ରାଉତ, ଡ. ଦିଲ୍ଲୀପ ମିଶ୍ର, ବୈଷ୍ଣବ ସ୍ୱାଇଁ, ଶରତ ରାଉତ, ସୁରେଶ ପଟ୍ଟନାୟକ ପ୍ରମୁଖ ବିଭିନ୍ନ ଦିଗରୁ ଆଲୋଚନା କରି ଜିଲ୍ଲାର ସରକାରୀ ଦଳର ସାଂସଦ ଏବଂ ବିଧାୟକଙ୍କ ସମେତ ନବନିର୍ବାଚିତ ବିଧାୟକ ଓ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍‌୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଜିଲ୍ଲାବାସୀଙ୍କ ଉପରୋକ୍ତ ଦାବି ଉପସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇ ନୂଆ ସରକାର ଜିଲ୍ଲାବାସୀଙ୍କର ଏହି ଦାବି ପୁରଣ କରିବେ ବୋଲି ଆଶା ପୋଷଣ କରିଥିଲେ । ଶେଷରେ ପ୍ରତାପ ଚନ୍ଦ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ