ଜିଲ୍ଲାରେ ୪୭.୫୪ ପ୍ରତିଶତ ହାରରେ ବର୍ଷା ହୋଇଥିବା ବେଳେ ଜଗନ୍ନାଥପ୍ରସାଦ ବ୍ଲକରେ ସର୍ବାଧିକ ୭୬ ମି.ମି ବର୍ଷା
ଛତ୍ରପୁର (ଦେବିଦତ୍ତ ମହାରଣା): ରାଜ୍ୟରେ ରବିବାର ଠାରୁ ଲଘୁଚାପର ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଲାଗି ରହିଛି ଲଗାଣ ବର୍ଷା ଗତକାଲି ଜିଲ୍ଲାରେ ୪୭.୫୪ ପ୍ରତିଷତ ହାରରେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହିପରି ଛତ୍ରପୁର ବ୍ଲକରେ ୫୮ ମିଲିମିଟର ବର୍ଷା ହୋଇଥିବା ବେଳେ ଗଞ୍ଜାମ ବ୍ଲକରେ ୭୬ ମିଲିମିଟର ବର୍ଷା ହୋଇଥିବା ବେଳେ ପୁରୁଷୋତ୍ତମପୁର ବ୍ଲକରେ ୪୨ ମିଲି ମିଟର, କବିସୂର୍ଯ୍ୟନଗର ବ୍ଲକରେ ୪୮ ମିଲିମିଟର, ପୋଲସରା ବ୍ଲକରେ ୫୧.୮ ମିଲି ମିଟର, କୋଦଳା ବ୍ଲକରେ ୨୮.୫ ମିଲି ମିଟର, ଖଲ୍ଲିକୋଟ ବ୍ଲକରେ ୬୯ ମିଲିମିଟର, ହିଞ୍ଜିଳିକାଟୁ ବ୍ଲକରେ ୪୭ ମିଲି ମିଟର, ରଙ୍ଗେଇଲୁଣ୍ଡା ବ୍ଲକରେ ୫୭ ମିଲି ମିଟର, କୁକୁଡାଖଣ୍ଡି ବ୍ଲକରେ ୫୪ ମିଲି ମିଟର, ଚିକିଟି ବ୍ଲକରେ ୨୮ ମିଲି ମିଟର, ପାତ୍ରପୁର ବ୍ଲକରେ ୨୫.୪ ମିଲି ମିଟର, ସାନଖେମୁଣ୍ଡି ବ୍ଲକରେ ୩୧ ମିଲି ମିଟର, ଦିଗପହଣ୍ଡି ବ୍ଲକରେ ୩୮ ମିଲି ମିଟର, ଭଞ୍ଜନଗର ବ୍ଲକରେ ୬୪ ମିଲି ମିଟର, ବେଲଗୁଣ୍ଠା ବ୍ଲକରେ ୪୭ ମିଲି ମିଟର, ଜଗନ୍ନାଥପ୍ରସାଦ ବ୍ଲକରେ ୭୬ ମିଲି ମିଟର, ବୁଗୁଡା ବ୍ଲକରେ ୫୭ ମିଲି ମିଟର, ଆସ୍କା ବ୍ଲକରେ ୪୩.୨ ମିଲିମିଟର, ଧରାକୋଟ ବ୍ଲକରେ ୪୫ ମିଲିମିଟର, ଶେରଗଡ ବ୍ଲକରେ ୩୪ ମିଲି ମିଟର, ସୋରଡା ବ୍ଲକରେ ୨୬ ମିଲିମିଟର ବର୍ଷା ହୋଇଥିବା ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।