ଜିଲ୍ଲାର ସମସ୍ତ ଏନଏସିରେ ବଜ୍ୟବସ୍ତୁ ପରିଚାଳନା ନିମନ୍ତେ ବୈଠକ

ଛତ୍ରପୁର, ( ଯୁଗାବ୍ଦ ନୁ୍ୟଜ୍): ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗଂଜାମ ଜିଲ୍ଲାର ସମସ୍ତ ଏନଏସି ଓ ମୁନିସିପାଲଟିରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଏକ ବୈଠକ ଅନୁÂିତ ହୋଇଯାଇଛି । ଏହି ବୈଠକରେ ନଗର ଉନ୍ନୟନ ବିଭାଗର ଡେପୁଟି ସେକ୍ରେଟାରୀ କଲ୍ୟାଣ କୁମାର ରଥ ଯୋଗ ଦେଇଥିଲେ । ସମସ୍ତ ଏନଏସିରେ ମାଇକ୍ରୋ କମ୍ପୋଜିଟ ସେଣ୍ଟର ଓ ମେଟେରିଅଲ ରିନୋଭେସନ ସେଣ୍ଟର କରାଯାଇ ବର୍ଜ୍ୟବସ୍ତୁ ପରିଚାଳନା କରାଯିବ । ଏହି କାର୍ଯ୍ୟ ଆସନ୍ତା୨୦.୩.୨୦୨୦ ସୁଦ୍ଧା ସମାପ୍ତ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ନଗର ଉନ୍ନୟନ ସଚୀବ ସେପ୍ଟେମ୍ବର ମାସ ସୁଦ୍ଧା ନେସନାଲ ଗ୍ରୀନ ଟ୍ରିବ୍ୟୁନାଲ ନିକଟରେ ସତ୍ୟପାଠ ଦାଖଲ କରିବେ । ସମସ୍ତ ଏନଏସିର ବାସିନ୍ଦା ମାନେ ବର୍ଜ୍ୟବସ୍ତୁକୁ ପୃଥକୀକରଣ କରି ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ଗାଡିକୁ ଦେବେ । ସହରର ବ୍ୟବସାୟୀମାନେ ନିଜ ତରଫରୁ ଦୁଇଟି ଲେଖାଏଁ ଡଷ୍ଟବିନ ରଖି ବର୍ଜ୍ୟବସ୍ତୁ ପକାଇବେ । ନିଜ ବ୍ୟବସାୟକେନ୍ଦ୍ରର ୫ମିଟର ଭିତରେ ଆବର୍ଜନା କଲେ ଜରିମାନା ଦେବାକୁ ପଡିବ । ଏଥି ସହିତ ବ୍ୟାପକ ବୃକ୍ଷରୋପଣ କରିବାକୁ କୁହାଯାଇଥିଲା । ପ୍ରତି ଏନଏସିରେ ଛଅଶହ ଜନସଂଖ୍ୟା ପାଇଁ ଦୁଇ ଜଣ ସ୍ୱାସ୍ଥ୍ୟ ସାଥି ,ଜଣେ ସୁପରଭାଇଜର ଏସଏଚଜି ଗ୍ରୁପ ମାଧ୍ୟମରେ ଅସ୍ଥାୟୀ ଭାବେ ନିଯୁକ୍ତି ପାଇ ଏହାର ତଦାରଖ କରିବେ । ଏହି ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲଙ୍ଗେ , ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ସ୍ୱଚ୍ଛ ଭାରତ ମିସନର ରାଜ୍ୟ ସଂଯୋଜକ ସସ୍ମିତ ପଣ୍ଡା ଯୋଗଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ