ଜିଲ୍ଲାର ୧୩ ଟି ଏନଏସିରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ପ୍ରଶାସନିକ ମଂଜୁରୀ
ଛତ୍ରପୁର, (ଦେବଦତ୍ତ ମହାରଣା):ଜିଲ୍ଲାର ୧୩ ଟି ଏନଏସିରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ପ୍ରଶାସନିକ ମଂଜୁରୀ ମିଳିଛି । ମଳିଥିବା ସୂଚନା ଅନୁସାରେ ଦିପହହଣ୍ଡି ଏନଏସିରେ ହେବାକୁ ଥିବା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ପାଇଁ ୬ .୨୦ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଚିକିଟି ଏନଏସି ପାଇଁ ୬.୧୫ କୋଟି ଟଙ୍କା, ରମ୍ଭା ଏନଏସି ପାଇଁ ୬.୪୫ କୋଟି ଟଙ୍କା, ଗଂଜାମ ଏନଏସି ପାଇଁ ୬.୨୨ କୋଟି ଟଙ୍କା, ପୁରୁଷୋତ୍ତମପୁର ଏନଏସି ପାଇଁ ୬.୨୪ କୋଟି ଟଙ୍କା, କୋଦଳା ଏନଏସି ପାଇଁ ୬.୧୭ କୋଟି ଟଙ୍କା, ଖଲିକୋଟ ଏନଏସି ପାଇଁ ୬.୫୨ କୋଟି ଟଙ୍କା, ଗୋପାଳପୁର ଏନଏସି ପାଇଁ ୬.୧୯ କୋଟି ଟଙ୍କା, ପୋଲସରା ଏନଏସି ପାଇଁ ୬.୨୮ କୋଟି ଟଙ୍କା, କବିସୂର୍ଯ୍ୟନଗର ଏନଏସି ପାଇଁ ୬.୧୩ କୋଟି ଟଙ୍କା, ଭଂଜନଗର ଏନଏସି ପାଇଁ ୬.୩୪ କୋଟି ଟଙ୍କା, ବେଲଗୁଂଠା ଏନଏସି ପାଇଁ ୬.୩୦ କୋଟି ଟଙ୍କା ଏବଂ ଆସିକା ଏନଏସିରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ୬.୨୮ କୋଟି ଟଙ୍କା ମଂଜୁର ହୋଇଛି । ସୂଚନାଯୋଗ୍ୟ ଉକ୍ତ ଅଂଚଳ ଗୁଡିକର ବିଧାୟିକା ବିଧାୟକ ମାନଙ୍କ ଉପସ୍ଥିତିରେ ସ୍ଥାନୀୟ କ୍ରୀଡାବିତ୍ ଓ ଜନପ୍ରତିନିଧିମାନେ ପୃଥକ ପୃଥକ ଭାବେ ସେମାନଙ୍କ ଅଂଚଳରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ଲାଗି ଭିଡିଓକନଫ୍ରେନ୍ସିଂ ଜରିଆରେ ୫ ଟି ସଚିବ ଭି.କେ.ପାଣ୍ଡିଆନଙ୍କ ସହ କଥାହୋଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।