ଜିଲ୍ଲାର ୨ଟି ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଖାତାସେଖା ଆରମ୍ଭ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଜିଲ୍ଲାର ୨ଟି ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଖାତାଦେଖା ଆଜି ଠାରୁ ଆରମ୍ଭ ହୋଇଛି । କେନ୍ଦ୍ରାପଡା ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ପଟ୍ଟାମୁଣ୍ଡାଇ ବ୍ଳକର କଷଣଅଂଟା ପଂଚାୟତ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଖାତା ଦେଖା ଆଜି ଠାରୁ ଆରମ୍ଭ ହୋଇଛି । ଉଭୟ ମାଟ୍ରିକ ଖାତା ମୁଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବାକୁ ଆସିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ କେନ୍ଦ୍ର ବାହାରେ ସେମାନଙ୍କ ଶରୀରର ତାପମାତ୍ରା ପରୀକ୍ଷା କରାଯିବା ପରେ କେନ୍ଦ୍ର ଭିତରକୁ ଛଡା ଯାଉଛି । ଭିତରେ ପଶିବା ପରେ ହ୍ୟାଣ୍ଡ ସାନିଟାଇଜରରେ ହାତସଫା କରି ପରୀକ୍ଷା ଖାତା ମୁଲ୍ୟାୟନ ଗୃହ ଭିତରକୁ ପ୍ରବେଶ କରିବେ । ପ୍ରତ୍ୟେକ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରରେ ୨ଶହକରି ଶିକ୍ଷକ/ଶିକ୍ଷୟତ୍ରୀ ଖାତା ଦେଖିବାର ବ୍ୟବସ୍ଥା କରାଯାଇଛି । ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରର ପ୍ରତ୍ୟେକ ଗୃହରେ ଜଣେ ମୁଖ୍ୟ ,୨ଜଣ ଉପମୁଖ୍ୟ, ୨ଜଣ ସ୍କୁଟିନାଇଜର ଓ ୨୦ଜଣ ସହକାରୀ ମୁଲ୍ୟାୟନକାରୀ ୬ଫୁଟ ଦ୍ୱରତାରେ ବସି ଖାତା ଦେଖିବାର ବ୍ୟବସ୍ଥା କରାଯାଇଛି । ପୂର୍ବାହ୍ନ ୯ଘଂଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ମାଟ୍ରିକ ପରୀକ୍ଷା ଖାତାଦେଖା ଚାଲିବ । ଏହି ସମୟ ମଧ୍ୟରେ କୈାଣସି ମୂଲ୍ୟାୟନକାରୀ କେନ୍ଦ୍ର ବାହାରକୁ ଯାଇପାରିବେ ନାହିଁ ବୋଲି ବୋର୍ଡର ନିର୍ଦେଶ ରହିଛି । ଅପରାହ୍ନ ୩ଟା ପରେ ସମସ୍ତ ମୂଲ୍ୟାୟନକାରୀ କେନ୍ଦ୍ରରେ ଖାତା ଗୁଡିକ ହସ୍ତାନ୍ତର କରି ଘରକୁ ଫେରିବେ । ଆଜି ମାଟ୍ରିକ ପରୀକ୍ଷାର ଗଣିତ,ଇଂରାଜୀ,ଇତିହାସ ଓ ଭୂଗୋଳ ବିଷୟର ୮ଟି ୟୁନିଟର ଖାତା ଦେଖାଯିବାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଖାତାଦେଖା ଗୃହ ବାହାରେ ବାଲଟିରେ ପାଣି ଓ ସାବୁନ ହାତ ସଫାକରିବାକୁ ରଖାଯାଇଥିବା ବେଳେ ହ୍ୟାଣ୍ଡ ସାନିଟାଇଜର ମଧ୍ୟ ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ ସୂଚନା ଦେଇଛନ୍ତି ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ