ଜିଲ୍ଲାର ୭୮ ଟି କେନ୍ଦ୍ରରେ ୧୬୪୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ
କୋରାପୁଟ,(ହେମନ୍ତ ପାଣଗ୍ରାହୀ) : ଫେବୃଆରୀ ମାସ ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। କୋରାପୁଟ ଜିଲ୍ଲାର ୭୮ ଟି କେନ୍ଦ୍ରରେ ୧୬୪୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଙ୍କ ସୂଚନା। ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୬୦୬୧ ରହିଥିବା ବେଳେ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୭୬,ପତ୍ରବିନିମୟ ପାଠ୍ୟକ୍ରମ ପରୀକ୍ଷାର୍ଥୀ ଙ୍କ ସଂଖ୍ୟା ୨୩, ମଧ୍ୟମା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୫ ଏବଂ ଏସଓଏସସି ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨୭୫ ରହିଥିବା ସେ କହିଛନ୍ତି।ଜିଲ୍ଲାର ଲକ୍ଷ୍ମୀପୁର ସାଙ୍ଗନା ହାଇସ୍କୁଲ , କୋରାପୁଟ ସରକାରୀ ହାଇସ୍କୁଲ ଜୟପୁର ସରକାରୀ ବାଳିକା ହାଇସ୍କୁଲ, ବୋରିଗୁମ୍ମା ହାଇସ୍କୁଲ୍ ,କୋଟପାଡ ହାଇସ୍କୁଲ ଏବଂ ନାରାୟଣପାଟଣା, ବନ୍ଧୁଗାଁ, ପଟ୍ଟାଙ୍ଗୀ , ପାଡୁଆ ଥାନା ଏବଂ ଲମତାପୁଟ ଫାଣ୍ଡି ଏହିପରି ୧୦ ଗୋଟି ନୋଡାଲ କେନ୍ଦ୍ର କରାଯାଇଛି। କୋରାପୁଟ ଜିଲ୍ଲାର ନୋଡାଲ କେନ୍ଦ୍ର ଗୁଡିକରେ ପ୍ରଶ୍ନପତ୍ର ପହଞ୍ଚି ଥିବା ବେଳେ କଡା ସୁରକ୍ଷା ମଧ୍ୟରେ ରହିଥିବା ସେ ସୂଚନା ଦେଇଛନ୍ତି।ପରୀକ୍ଷା ତଦାରଖ ନିମନ୍ତେ ବିଭାଗ ପକ୍ଷରୁ ଦୁଇଟି ସ୍କ୍ୱାଡ ଗଠନ କରାଯାଇଥିବା ବେଳେ ବୋର୍ଡ ପକ୍ଷରୁ ଗୋଟିଏ ସ୍କ୍ବାଡ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।ଆସନ୍ତା ମାସ ୬ ତାରିଖରେ ପରୀକ୍ଷା ଶେଷ ହେବ ବୋଲି ଜଣାପଡିଛି