ଜିଲ୍ଲାଶ୍ରମ କାର୍ଯ୍ୟାଳୟ ନିକଟରୁ ମହିଳା ଦଲାଲ ଗିରଫ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ମୋ ସରକାର କାର୍ଯ୍ୟସୂଚୀ ଅନୁଯାୟୀ ଆରଟିଓ ଓ ମେଡିକାଲରେ ଦଲାଲ ହଟାଇବା ନିମନ୍ତେ ରାଜ୍ୟ ସରକାର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀ ରେ ଜିଲ୍ଲାରେ ମେଡିକାଲ ଓ ଆରଟିଓ କାର୍ଯ୍ୟାଳୟରୁ ଦଲାଲ ହଟାଯାଇଥିବା ବେଳେ କେତକ ଦଲାଲ ମାନଙ୍କୁ ମଧ୍ୟ ଗଂଜାମ ପୁଲିସ ଜିଲ୍ଲାର ବହୁ ଥାନା ଅଂଚଳରୁ ଗିରଫ କରି କୋର୍ଟ ଚାଲାଣ କର୍‌ାଯାଇଛି । ଏନେଇ ଛତ୍ରପୁର ଥାନା ପକ୍ଷରୁ ପୂର୍ବରୁ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରୁ ଜଣେ ଦଲାଲକୁ ଗିରଫ କରାଯାଇ ଜେଲକୁ ପଠାଯାଇଥିବା ବେଳେ ଆଜି ଜିଲ୍ଲା ଶ୍ରମକାର୍ଯ୍ୟାଳୟ ପରିସରରୁ ଜଣେ ମହିଳା ଦଲାଲଙ୍କୁ ଗିରଫ କରି ଜେଲ ପଠାଯାଇଛି । ମିଳିଥିବା ସୂଚନା ଅନୁସାରେ ନିର୍ମାଣ ଶ୍ରମିକ କାର୍ଡ କରିବା ନିମନ୍ତେ ସରକାରୀ ଧାର୍ଯ୍ୟ ୨୦ଟଙ୍କା ରହିଥିବା ବେଳେ ଏହି କାର୍ଡ କରିବା ନିମନ୍ତେ ବହୁ ଶ୍ରମିକ ମାନେ ଦଲାଲ ମାନଙ୍କ ଶୀକାର ହୋଇ ୫୦୦ରୁ ୭୦୦ଟଙ୍କା ଲେଖାଏଁ ଦେଉଛନ୍ତି । ଏହାକୁ ରୋକିବା ନିମନ୍ତେ ରାଜ୍ୟ ସରକାର ଏବଂ ଶ୍ରମ ବିଭାଗ ପକ୍ଷରୁ ବହୁ ସଚେତନତା କରାଯାଉଛି । ତେବେ ଆଜି ଛତ୍ରପୁର ସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ନିକଟରେ ଗଂଜାମ ବ୍ଲକର ପ୍ରୟାଗୀ ଗ୍ରାମର ମିନତୀ ପାତ୍ର ନାମଙ୍କ ଜଣେ ମହିଳା ଦଲାଲ ଗରୀବ ଶ୍ରମିକ ମାନଙ୍କର ନିର୍ମାଣ ଶ୍ରମିକ କାର୍ଡ କରିବାକୁ ୪୦୦ରୁ ୫୦୦ଟଙ୍କା ଲେଖାଏଁ ନେଉଥିବାର ସୂଚନା ପାଇ ଛତ୍ରପୁର ପୁଲିସ ମିନତୀ ପାତ୍ର କୁ ଗିରଫ କରି ୨୯୬/୨୦୧୯ ନଂ କେସ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ