ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଶ୍ରମ ବିଭାଗର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ମଇ ୧ ଆନ୍ତର୍ଜାତୀୟ ଶ୍ରମିକ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଉପାଧ୍ୟକ୍ଷା ଏସ୍‌. ରାଜେଶ୍ୱରୀ ଦୋରା, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ପକ୍ଷରୁ ନିର୍ମାଣ ଶ୍ରମିକ ମାନଙ୍କ ନିମନ୍ତେ ପ୍ରଦାନ କର୍‌ାଯାଉଥିବା ବିଭିନ୍ନ ସୁବିଧା ସହ ସହାୟତା ଉପରେ ଆଲୋକପାତ କରିଥିଲେ । ଏହା ସହ ନିର୍ମାଣ ଶ୍ରମିକ ମାନଙ୍କୁ ନୂତନ ପରିଚୟ ପତ୍ର ବଣ୍ଟନ କରିଥିଲେ । ପ୍ରାରମ୍ଭରେ ବ୍ରହ୍ମପୁର ପ୍ରଭାଗୀୟ ଶ୍ରମ ଆୟୁକ୍ତ ବାବୁ ଚରଣ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଚଳିତ ବର୍ଷର ନିର୍ମାଣ ଶ୍ରମିକ ଅଣ ସଂଗଠିତ ବୋର୍ଡ ଦ୍ୱାରା ପ୍ରଦାନ କରାଯାଇଥିବା ସାମାଜିକ ସୁରକ୍ଷା ଓ ଆର୍ଥିକ ସହାୟତା ସହ ବିଭିନ୍ନ ଶ୍ରମ ଆଇନ ସମ୍ପର୍କରେ କହିଥିଲେ । ଚଳିତ ବର୍ଷ ୨୦୨୨-୨୩ ରେ ଜକିଲ୍ଲାରେ ୨୦ ହଜାର ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଓ ୪ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ଅଣ ସଂଗଠିତ ବୋର୍ଡରେ ପଞ୍ଜୀକୃତ କରାଯାଇ ପରିଚୟ ପତ୍ର ପ୍ରଦାନ କରାଯାଇଛି । ସହାୟତା ବାବଦକୁ ୧୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବଣ୍ଟନ କରାଯାଇଛି । ଏହି ଅବସରରେ ସୋମବାର ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ୨୫୦ ଜଣ ନିର୍ମାଣ ଶ୍ରମିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ୨୯୦ ଜଣଙ୍କୁ ଶିକ୍ଷା ସହାୟତା ନିମନ୍ତେ ୧୬୩୯୦୦୦ ଟଙ୍କା, ୫୮୭ ଜଣଙ୍କୁ ବିବାହ ସହାୟତା ନିମନ୍ତେ ୨୮୭୫୦୦୦୦ଟଙ୍କା, ୧୭ ଜଣଙ୍କୁ ପ୍ରସୂତୀ କାଳୀନ ସହାୟତା ୧୭୦୦୦୦ ଟଙ୍କା, ୧୪୦ ଜଣଙ୍କୁ ମୃତ ନିର୍ମାଣ ଶ୍ରମିକଙ୍କ ମନୋନୀତ ସଦସ୍ୟଙ୍କୁ ୨୬୮୦୦୦୦୦ ଟଙ୍କା ଏବଂ ୧୨୨ ଜଣ ମୃତ ନିର୍ମାଣ ଶ୍ରମିକଙ୍କ ସଦସ୍ୟଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦକୁ ୬୧୦୦୦୦ ଟଙ୍କା ଏପରିକି ସମୁଦାୟ ୧୧୫୬ ଜଣଙ୍କୁ ମୋଟ ୫୭୯୬୯୦୦୦ ଟଙ୍କା ବଣ୍ଟନ କରାଯିବ । ସେହିପରି ଅଣ ସଂରକ୍ଷିତ ଶ୍ରମିକ ବୋର୍ଡ ତରଫରୁ ମୃତ୍ୟୁ କାଳୀନ ସହାୟତା ନିମନ୍ତେ ୧୦ ଜଣ ହିତାଧିକାରୀଙ୍କୁ ୧୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଛତ୍ରପୁର ଜିଲ୍ଲା ଭାରପ୍ରାପ୍ତ ଶ୍ରମ ଅଧିକାରୀ ହୃଷିକେଶ ରାଓ ପରିଚାଳନା କରିଥିବା ବେଳେ ଓ ଆସିକା ସହକାରୀ ଶ୍ରମ ଅଧିକାରୀ ଆକାଶ ବିଷୋୟୀ ସଂଯୋଜନା କରିଥିଲେ । ଶେଷରେ ବ୍ରହ୍ମପୁର ଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ର ନାଥ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସହକାରୀ ଶ୍ରମ ଅଧିକାରୀଣୀ ରଶ୍ମିରେଖା ପଣ୍ଡା, ବ୍ରହ୍ମପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସହକାରୀ ଶ୍ରମ ଅଧିକାରୀଣୀ ବର୍ଷା ରାଣି ଜେନା ଓ ସ୍ନେହଲତା ବେହେରା, ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଦେବାଶିଷ ନାୟକ , ଏମ ଜ୍ଞାନୀ, ବିଜୟ କୁମାର ମଲ୍ଲିକ ଓ ଭୀମସେନ ପାତ୍ରଙ୍କ ସମେତ ବିଭାଗୀୟ କର୍ମଚାରୀ ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ