ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ଠାରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି. ଅତରିକ୍ତ ଜିଲ୍ଲପାଳ ସୁଧାକର ନାୟକ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରି କନ୍ୟା ଅମୁଲ୍ୟ ରତ୍ନ ଓ ଦେଶ ଗଢିବାରେ ମହିଳା ମାନଙ୍କ ର ଭୁମିକା ଗୁରତ୍ୱପୂର୍ଣ ବୋଲି ବକ୍ତବ୍ୟ ରଖିଥିଲେ. ଏହି ଅବସରରେ କନ୍ୟା ସନ୍ତାନ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା. ଅନ୍ୟମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଡ଼ ମୃତ୍ୟୁଞ୍ଜୟ ପଣ୍ଡା, ସଦସ୍ୟା ମିନତୀ କର ପ୍ରମୁଖ କନ୍ୟା ସନ୍ତାନ ଙ୍କ ବିକାଶ ଓ ସରକାରୀ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ. ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଦେବlଙ୍ଗନା ବାରିକ ପରିଚାଳନା କରିଥିଲେ


