ଜିଲ୍ଲାସ୍ତରୀୟ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ପ୍ରସ୍ତୁତି ପାଇଁ ଶିକ୍ଷକ ପ୍ରଶିକ୍ଷଣ ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବେତାଗୁଡା ଠାରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସଭା ଗୃହରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାସ୍ତରୀୟ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ପ୍ରକଳ ପ୍ରସ୍ତୁତି ପାଇଁ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସର ଜିଲ୍ଲା ସମ୍ପାଦକ ସାତ୍ମିକ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଚଳିତ ବର୍ଷର ମୂଖ୍ୟ ବିଷୟ “ଧାରଣୀୟ / ପୋଷଣୀୟ ଜୀବନ ଧାରଣ ସକାଶେ ବିଜ୍ଞାନ” ଉପରେ ଆଲୋକପାତ କରି ପ୍ରକଳ୍ପ ପ୍ରସ୍ତୁତି କରିବା ପାଇଁ କହିଥିଲେ । ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱଂୟ ଶାଶିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ପ୍ରଫେସର ଜିତେନ୍ଦ୍ରନାଥ ପଟ୍ଟନାୟକ, ରାଷ୍ଟପତି ପୁରସ୍କ।।ର ପ୍ରାପ୍ତ ଅବସର ଗ୍ରହୀତା ପ୍ରଧାନଶିକ୍ଷକ ବିନୋଦ ଚନ୍ଦ୍ରଜେନା, ଗଞ୍ଜାମ ଜିଲ୍ଲାର ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ସହକାରୀ ଶିକ୍ଷକ ଗୋକୁଳକୃଷ୍ଣ ପଣ୍ଡା । ଭୌରବି ଉଚ୍ଚ ବିଦ୍ୟାଳୟର ମହୁଡା, ଗଂଞ୍ଜାମ ପ୍ରଶିକ୍ଷକ ବାବେ ଯୋଗଦେଇ ଆଞ୍ଚଳିକ ସମସ୍ୟାକୁ ଚିହ୍ନଟ କରି ସର୍ଭେ ମାଧ୍ୟମରେ ତଥ୍ୟ ସଂଗ୍ରକରି ବୈଜ୍ଞାନିକ ପ୍ରଣାଳୀରେ ପିଲାମାନଙ୍କ ମନରେ ଉଙ୍କି ମାରୁଥିବା ଚିନ୍ତାଧାରାକୁ ଆଧାରକରି ଏହାର ସମାଧାନ କରିବା ସଙ୍ଗେ ସଙ୍ଗେ ଆସନ୍ତା ନଭେମ୍ବର ୪ତାରିଖରେ ଜିଲ୍ଲାସ୍ତରୀୟ ବିଜ୍ଞାନ କଂଗ୍ରେସରେ ଅଂଶ ଗ୍ରହଣ କରିବା ପାଇଁ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଗଜପତି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୧୧୦ଜଣ ବିଜ୍ଞାନ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ ।


