ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ୱର ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି I ୧୯୫୭ ମସିହା ଜୁଲାଇ ୧୦ ତାରିଖ ଦିନ ଅନୁଗୁଳସ୍ଥିତ ସରକାରୀ ମତ୍ସ୍ୟ ଫାର୍ମ ଠାରେ ତତ୍କାଳୀନ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ଗଜେନ୍ଦ୍ର ନାଥ ମିତ୍ରଙ୍କ ତତ୍ତ୍ୱାବଧାନରେ ମତ୍ସ୍ୟ ବୈଜ୍ଞାନିକ ଡ଼. ହୀରାଲାଲ ଚୌଧୁରୀ ଓ ଡ଼ ଅଲି କୁହ୍ନି ପ୍ରଥମ ଥର ପାଇଁ କାର୍ପ ମାଛର କୃତ୍ରିମ ପ୍ରଜନନ କରିବାରେ ସଫଳ ହୋଇଥିଲେ I ସେହି ଦିନଠାରୁ ଜୁଲାଇ ୧୦ ତାରିଖକୁ ଜାତୀୟ ମତ୍ସ୍ୟ ଚାଷୀ ଦିବସ ରୂପେ ଭାରତ ବର୍ଷରେ ପାଳନ କରାଯାଉଅଛି I ଆଜିର କାର୍ଯ୍ୟକ୍ରମରେ ମତ୍ସ୍ୟ ଉପନିର୍ଦ୍ଦେଶକ ବାଲେଶ୍ୱର ଜୋନ ଶ୍ରୀ ଦୀପ୍ତି କୁମାର ମହାପାତ୍ର, ଡ଼ିଡ଼ିଏମ ନାବାର୍ଡ ଶ୍ରୀ ତାପସ ରଞ୍ଜନ ପ୍ରଧାନ, ଏଲଡିଏମ ବାଲେଶ୍ୱର ଶ୍ରୀ ମୋତି କୁମାର ସାହା, ଡିପିଡି ଆତ୍ମା ଶ୍ରୀ ସରୋଜ କୁମାର ଗିରି, ଅତିରିକ୍ତ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଶ୍ରୀ ଅଜିତ କୁମାର ସାମଲ, ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ବଳ, ଡିପିସି ମିଶନ ଶକ୍ତି ଶ୍ରୀ କାର୍ତିକ ଚନ୍ଦ୍ର ନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ବେହେରା, ଜିଲ୍ଲା ସଂଯୋଜକ (ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା) ଶ୍ରୀ ଅଭିଜିତ ପାଢ଼ୀ, ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ଯୋଗଦାନ କରି ମାଛଚାଷ, ଆନୁସାଙ୍ଗିକ ଚାଷ, ବ୍ୟାଙ୍କ ଋଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଏଫଏଫପିଓ ଗଠନ, ମହିଳା ସ୍ଵୟଂସହାୟକ ଗୋଷ୍ଠୀଙ୍କୁ ଅନୁଦାନ ପ୍ରଦାନ ଓ ଗୋପାଳନ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ I ବିଭିନ୍ନ ବ୍ଲକର ମତ୍ସ୍ୟାଧିକାରୀଙ୍କ ସହିତ ୭୦ରୁ ଉର୍ଦ୍ଧ୍ବ ମତ୍ସ୍ୟଚାଷୀ ଯୋଗଦାନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ I ମତ୍ସ୍ୟଚାଷର ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଥିବା ୭ ଜଣ ହିତାଧିକାରୀଙ୍କୁ ମାନପତ୍ର, ଟ୍ରଫି ଓ ଅର୍ଥରାଶି ପୁରଷ୍କାର ରୂପେ ପ୍ରଦାନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ମିରାମ୍ବିକା ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ମତ୍ସ୍ୟ ଅଧିକାରୀ, ନୀଳଗିରି ଶ୍ରୀମତୀ ପ୍ରିୟଙ୍କା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ