ଜିଲ୍ଲାସ୍ତରୀୟ ଡିପ୍ଲୋମା ଇଂଜିନିୟର ସେବା ସଙ୍ଘର କମିଟି ଗଠନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଓଡିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘର ଏକ ବୈଠକ ପାରଳାଖେମୁଣ୍ଡି ସ୍ଥିତ Insurance ନିକଟରେ ଥିବା ଜିଲ୍ଲା ସ୍ତରୀୟ କମିଟି ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇଥିଲା. ବୈଠକରେ ଓଡିଶାର ସି ଇ ସି ସଭାପତି ଇଂଜିନିୟର ଶ୍ରୀକାନ୍ତ ମହାପାତ୍ର, ନାଗେଶ୍ୱର ସେନାପତି ଓ ଶିବ ପ୍ରସାଦ ପାଳ, ଉପଦେଷ୍ଟାଙ୍କ ଉପସ୍ଥିତି ରେ ଆରମ୍ଭ ହୋଇଥିବା ବେଳେ ଜିଲ୍ଲାର ପ୍ରାୟ ୩୦ଜଣ ଡିପ୍ଲୋମା ଓ ସହକାରୀ ଯନ୍ତ୍ରୀ ଉପସ୍ଥିତ ଥିଲେ. ବୈଠକରେ ଇଂଜିନିୟର ମାନଙ୍କ ଯେଉଁ ସବୁ ଦାବୀ ରହିଛି ସେ ବିଷୟରେ ପ୍ରଥମେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ ୨୦୨୩-୨୪ ନିମନ୍ତେ ଏକ କମିଟି ଗଠନ କରିବାକୁ ନିଷ୍ପତି ନିଆଯାଇଥିଲା. ଏହି ନିଷ୍ପତି ପରେ କମିଟି ଗଠନ କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା. କମିଟିରେ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ସଭାପତି, ତିରୁପତି ସାହୁ ଉପ ସଭାପତି ଓ ସି ଏଚ ଉମା ଶଙ୍କର ପାତ୍ର ସମ୍ପାଦକ ଭାବେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ମନୋନୀତ ହୋଇଥିବା ସୂଚନା ହସ୍ତଗତ ହୋଇଛି. କାଶୀନଗର ବ୍ଲକରୁ ଦୁଇ ଜଣ ଇଂଜିନିୟର ଉପ- ସଭାପତି ଓ ସମ୍ପାଦକ ପଦବୀରେ ଅଳଙ୍କୃତ ହୋଇଛନ୍ତି.