ଜିଲ୍ଲାସ୍ତରୀୟ ଦୌଡକୁଦ କ୍ରୀଡା ପ୍ରତିଯୋଗିତା-୨୦୨୧ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ କ୍ରୀଡା ଦୌଡକୁଦ ପ୍ରତିଯୋଗିତା-୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡା ପ୍ରତିଯୋଗୀ ମାନେ କୌଣସି ଏକ ଖେଳ ପ୍ରତି ନିଷ୍ଠା ଓ ଶାନ୍ତି-ଶୃଙ୍ଖଳାର ସହ ନିୟମିତ ଭାବେ କଠୋର ପରିଶ୍ରମ କରି ଅଭ୍ୟାସଜାରୀ ରଖିଲେ ଭବିଷ୍ୟତରେ ସେ ଜଣେ ଭଲ ଓ ପ୍ରତିଷ୍ଠିତ ଖେଳାଳି ହୋଇ ଦେଶର ନାମ ଓ ଗୌରବ ଆଣିବାରେ ସକ୍ଷମ ହୋଇପାରିବ ବୋଲି କହିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା କାରୀଡା ପତାକାକୁ ଉତ୍ତୋଳନ କରିବା ସହ କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମ ଆରମ୍ଭର ଘୋଷଣା କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ ଏହି କ୍ରୀଡା ପ୍ରତିଯୋଗିତାକୁ ଶୁବାରମ୍ଭ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଦିଲୀପ କୁମାର ମହାରଣା, ଡିସିପିୟୁ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା କ୍ରିକେଟ ସଙ୍ଘ ସମ୍ପାଦକ ଦେବାଶିଷ ପାଢୀ, ଶାରୀରିକ ଶିକ୍ଷା ନିରୀକ୍ଷକ ସଞ୍ଜୟ କୁମାର ପାତ୍ର ଏବଂ କ୍ରୀଡାବିତ କିଶୋର ଚନ୍ଦ୍ର ରଥ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ମହିଳା ଓ ବିଭାଗ ପାଇଁ ୧୦୦ ମିଟର, ୨୦୦, ୪୦୦, ୮୦୦ ମିଟର, ଲଙ୍ଗଜମ୍ପ, ହାଇଜମ୍ପ, ସଟଫୁଟ ଓ ଡିସକସ୍ ଫିଙ୍ଗା ପ୍ରଭୃତି ଇବେଣ୍ଟସରେ ପ୍ରତିଯୋଗିତା ହୋଇଥିବା ବେଳେ ଏଥିରେ ଶତାଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।