ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ବାଲେଶ୍ୱର,: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ନିମାଇଁ ଚରଣ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ ଉଦ୍‌ଘାଟନ କରିଥିଲେ । ବର୍ତମାନ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିର ପ୍ରଭୂତ ସୁ୍‌ଯୋଗ ରହିଥିବା ବେଳେ ସେଥିପାଇଁ ପରିବର୍ତିତ ପରିସ୍ଥିତି ସହିତ ଖାପ ଖୁଆଇ ଯୁବକଯୁବତୀମାନେ ନୂତନ ଦକ୍ଷତା ହାସଲ କରିବା ସହ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ବିଭିନ୍ନ କାରଣରୁ ନିଜର ପାଠପଢା ସମ୍ପୂର୍ଣ୍ଣ କରିପାରି ନ ଥିବା ଯୁବକଯୁବତୀମାନଙ୍କୁ ମାଗଣାରେ ଦକ୍ଷତା ଭିତିକ ପ୍ରଶିକ୍ଷଣ ଓ ନିଯୁକ୍ତି ପ୍ରଦାନ ଲାଗି ଏହି ମେଳା ମାଧ୍ୟମରେ ଯେଉଁ ପ୍ରୟାସ କରାଯାଉଛି ତାହାର ଲାଭ ଉଠାଇବା ଲାଗି ସେ ପରାମର୍ଶ ଦେଇଥିଲେ । ବାଲେଶ୍ୱର ସରକାରୀ ଆଇ.ଟି.ଆଇ. ଅଧ୍ୟକ୍ଷ ଇଂ କୃଷ୍ଣଚନ୍ଦ୍ର ରାଉତ ଏଥିରେ ଯୋଗ ଦେଇ ନିଯୁକ୍ତି ମେଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ନିଯୁକ୍ତି ମେଳାରେ ଭାଗ ନେବାକୁ ଆସିଥିବା ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କର ସଫଳତା ନିମନ୍ତେ ଅତିଥିମାନେ କାମନା କରିଥିଲେ । ଆଜି ସକାଳ ୧୦ଘଟିକାରୁ ଅପରାହ୍ନ ୪ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ଜିଲ୍ଲାର ୧୨ଟି ବ୍ଲକର ୫୦୨ଜଣ ଯୁବକଯୁବତୀ ସେମାନଙ୍କ ନାମ ପଞ୍ଜୀକରଣ କରିଥିବା ବେଳେ ୮୧ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଓ ୨୯୦ଜଣଙ୍କୁ ତାଲିମ ପରେ ନିଯୁକ୍ତି ଏହିପରି ଭାବେ ମୋଟ ୩୭୧ଜଣଙ୍କୁ ମନୋନୀତ କରାଯାଇଥିଲା । ଏହି ନିଯୁକ୍ତି ମେଳାରେ ମୋଟ ୪ଟି ପ୍ରତ୍ୟକ୍ଷ ନିଯୁକ୍ତିକାରୀ ସଂସ୍ଥା ଓ ୭ଟି ଟ୍ରେନିଂ ପାର୍ଟନର ଅଂଶଗ୍ରହଣ କରିଥିଲେ । ନିଯୁକ୍ତି ମେଳା ଲାଗି ଜିଲ୍ଲାର ସମସ୍ତ ବ୍ଲକ ସମେତ ଅନ୍ୟାନ୍ୟ ଅଂଚଳରେ ସଚେତନତା ସୃଷ୍ଟି କରାଯାଇଥିଲା । ନିଯୁକ୍ତି ମେଳା ପରିଚାଳନା ଏବଂ ଆଇନ ଶୃଙ୍ଖଳାକୁ ବ୍ୟବସ୍ଥିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିଲା । ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ