ଜିଲ୍ଲାସ୍ତରୀୟ ପଂଚାୟତରାଜ ଦିବସ ପାଳିତ

ଛତ୍ରପୁର : ଜିଲ୍ଲା ପରିଷଦ ଭବନ ଋଷିକୁଳ୍ୟା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ପଂଚାୟତିରାଜ ଦିବସ ପାଳନ ହୋଇଛି । ଏଥିରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇ ପଂଚାୟତିରାଜ ଦିବସ ଉପରେ ଆଲୋକପାତ କରିିବା ସହ ଗ୍ରାମର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ବୋଲି କହିଥିଲେ । ଲୋକମାନଙ୍କ ଲାଗି ଆମେ ଟଙ୍କା ପାଉଛେ, ଲୋକଙ୍କ ସେବା କରିବା ଆମର ପ୍ରଥମ ଧର୍ମ । ଲୋକଙ୍କର ସୁବିଧା ଅସୁବିଧା କଥା ବୁଝିବା ଜଣେ ସରକାର କର୍ମଚାରୀଙ୍କ ମୂଳ ଲକ୍ଷ୍ୟ । ସାଧାରଣ ଲୋକମାନେ କିପରି ହଇରାଣ ହରକତ ନହୋଇ ସରକାରଙ୍କ ସମସ୍ତ ସୁବିଧା ଯେପରି ପାଇପାରିବେ ସେଥି ପ୍ରତି ସମସ୍ତେ ଧ୍ୟାନ ଦେବାକୁ ଜିଲ୍ଲାପାଳ କହିଥିଲେ । ଏହା ସହ ଗଂଜାମ ଜିଲ୍ଲା ଚାଷୀଙ୍କ ପାଇଁ ମୋ- ଗୋ ଧନ ଯୋଜନାରେ ଗୁହାଳ ଘର ନିର୍ମାଣ ହେବ । ଏହି ଯୋଜନାରେ ଗୋମୁତ୍ର ଷ୍ଟୋରେଜ୍ ୟୁନିଟ୍ , ବାୟୋଗ୍ୟାସ୍ ଉତ୍ପାଦନ ୟୁନିଟ୍ ପାଇଁ ଅନୁଦାନ ଦିଆଯିବ, ଗୋମୁତ୍ରକୁ ଅର୍ଗାନିକ୍ ଫାର୍ମିଙ୍ଗ୍ ପାଇଁ ଫସଲରେ ସ୍ପ୍ରେ କରାଯିବ, ପ୍ରଥମ ପର୍ଯ୍ୟାରେ ଗଞ୍ଜାମ ଜିଲ୍ଲାର ୪୦ଜଣ ଚାଷୀଙ୍କୁ ଏଥିରେ ସାମିଲ୍ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସୂଚନା ଦେଇଥିଲେ । ଏହା ସହ ଜିଲ୍ଲାରେ ସମସ୍ତ ପଂଚାୟତରାଜ ପ୍ରତିନିଧି ମାନଙ୍କୁ ନେଇ ବ୍ରହ୍ମପୁର ଠାରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହେବ । ଏଥିରେ ବାହାର ରାଜ୍ୟର ଆଦର୍ଶ ସରପଂଚମାନେ ଯୋଗଦେଇ ତାଙ୍କର ସଫଳତାର ଚାବିକାଠି ଉପରେ ବକ୍ତବ୍ୟ ରଖିବେ । ଏହା ସହ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ ଯେ, ଜିଲ୍ଲାର ଜାତୀୟ ମହାତ୍ମାଗାନ୍ଧି ଗ୍ରାମୀଣ ନିଶ୍ଚିତ ଯୋଜନାରେ କିପରି ଲୋକମାନେ ଉପକୃତ ହୋଇଛନ୍ତି ତାହା ଉପରେ ବକ୍ତବ୍ୟ ରଖିଥିଲେ । ସେହିପରି ଓଡ଼ିଶା ଜୀବିକା ମିଶନ, ଓରମାସ୍ , ଜଳ ଓ ପରିମଳ, ସୁସ୍ଥ ଓଡ଼ିଶା ସ୍ୱଚ୍ଛ ଓଡ଼ିଶା ଏବଂ ବିଭିନ୍ନ ବିଭାଗର କାର୍ଯ୍ୟକାରୀ ଉପରେ ଏକ ପ୍ରଜେକ୍ଟ ମାଧ୍ୟମରେ ଡ଼କ୍ୟୁମେଂଟାରୀ ଫିଲ୍ମ ଦେଖାଇଥିଲେ । ଏଥିରେ ସମସ୍ତ ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଏସଏଚଜି ମହିଳା ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରୀ ସଂପର୍କରେ ଦେଖାଇବା ସହ କିପରି ଏଥିରେ ସାମିଲ୍ ହୋଇପାରିବେ ସେନେଇ ଆଲୋଚନା ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ବୈଷୟିକ) କୃଷ୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ