ଜିଲ୍ଲାସ୍ତରୀୟ ପଂଚାୟତ ଅଧିକାରୀଙ୍କ ବୁଥ୍ ପରିଦର୍ଶନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଞ୍ଜାମ ଜିଲ୍ଳାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଳା ପଂଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ ଆଜି ବେଲଗୁଣ୍ଠା ବ୍ଲକ୍ ର ତନରଡା ସ୍ଥିତ ୭୫,୭୬ ଏବଂ ୭୭ ନମ୍ବର୍ ବୁଥ୍ ପରିଦର୍ଶନ କରିଛନ୍ତି I ଆଜି ଜିଲ୍ଳା ପଂଚାୟତ ଅଧିକାରୀ ଶ୍ରୀ ପଟ୍ଟନାୟକ ତନରଡା ଗ୍ରାମପଞ୍ଚାୟତର ପାଟଣାସାହି ସ୍ଥିତ ୭୫ ନମ୍ବର୍ ବୁଥ୍ ପରିଦର୍ଶନ କରି ସେଠାରେ ବିଏଲ୍ଓ ରତ୍ନମାଳା ପୋଲେଇଙ୍କର ବୁଥ୍ ସ୍ତରୀୟ କାର୍ଯ୍ୟକ୍ରମର ତଦାରଖ କରିବା ସହିତ ରେଜିଷ୍ଟର୍ ଯାଞ୍ଚ୍ କରି ଖୁସି ପ୍ରକଟ କରିଥିଲେ I ଏହା ସହିତ ବିଏଲ୍ଓ ଆପ୍ ରୁ ଘରକୁ ଘର ସର୍ଭେ ର ଅଗ୍ରଗତି, ଯୋଗ୍ୟ ଭୋଟର୍ ଙ୍କ ନାମ ଯୋଗା, ଅନାବଶ୍ୟକ ନାମ ବାଦ୍ କରିବା ଏବଂ ଭୋଟର୍ ତାଲିକା ସଂଶୋଧନ ବିଷୟ ଯାଞ୍ଚ୍ କରିଥିଲେ I ଏହା ସହିତ ଶ୍ରୀ ପଟ୍ଟନାୟକ ନୂଆଁ ତନରଡାରେ ଥିବା ୭୬ ଏବଂ ୭୭ ନମ୍ବର୍ ବୁଥ୍ ମଧ୍ୟ ପରିଦର୍ଶନ କରିଥିଲେ I ବୁଥ୍ ପରିଦର୍ଶନ ସମୟରେ ଶ୍ରୀ ପଟ୍ଟନାୟକଙ୍କ ସହ ବେଲଗୁଣ୍ଠା ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ ଏବଂ ସ୍ଥାନୀୟ ବିଏଲ୍ଓ ସୁପରଭାଇଜର୍ ସୁବ୍ରତ ପାତ୍ର ଉପସ୍ଥିତ ଥିଲେ I ବେଲଗୁଣ୍ଠା ବ୍ଳକ୍ ରେ ବୁଥ୍ ସ୍ତରୀୟ କାର୍ଯ୍ୟକ୍ରମ ସଠିକ୍ ଢ଼ଙ୍ଗରେ ଚାଲିଥିବାରୁ ସେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀଙ୍କ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ I