ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ-୨୦୨୪-୨୫

କଟକ, (ଯୁଗାବ୍ଦ ନ୍ୟୁଜ):କୃଷି ଓ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ଚଳିତ ବର୍ଷ ୨୨ ଡିସେମ୍ବର୨୦୨୪ ତାରିକ୍ଷ ଠାରୁ ୫ ଡିସେମ୍ବର ୨୦୨୫ ତାରିଖ ପର୍ଯ୍ୟନ୍ତ ୧୫ଦିନ ବ୍ୟାପୀ ସାରା ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଥିବା ବେଳେ ଆଜି ପୂର୍ବାହ୍ନରେ କଟକ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ -୨୦୨୪-୨୫ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସଭାପତିତ୍ଵରେ ପ୍ରତାପନଗରୀ ସ୍ଥିତ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ(ୱାଲମି) ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଚାଷୀମାନଙ୍କୁ ପାଣି ପଞ୍ଚାୟତ ମାଧ୍ୟମରେ କିପରି ସମସ୍ତ ସୁବିଧା ସୁଯୋଗ ପ୍ରାପ୍ତ କରି ଶସକ୍ତ ହୋଇପାରିବେ ତାହା ଆଜିର କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ । ଚାଷୀମାନେ ପାଣି ପଞ୍ଚାୟତର ସମସ୍ତ ସୁବିଧାକୁ ବିନିଯୋଗ କରି ବିଭିନ୍ନ ପ୍ରକାରର ଚାଷ କରି ଲାଭବାନ ହେବା ସହ ପ୍ରାକୃତିକ ଦୁର୍ବିପାକରୁ ନିଜର ଫସଲ କୁ କିପରି ସୁରକ୍ଷା ଦେଇ ପାରିବେ ସେ ଦିଗରେ ଜିଲ୍ଲାପାଳ ଶ୍ରୀ ଭାଉସାହେବ ଶିନ୍ଦେ ନିଜର ବକ୍ତବ୍ୟ ରଖିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନର ନିର୍ଦ୍ଦେଶକ ଇଂ.ନିରଞ୍ଜନ ରାଉତ,ମୁଖ୍ୟବକ୍ତା ଭାବେ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନର ମୁଖ୍ୟ ସଂଯୋଜକ ଡଃ. ସ୍ଵଧନ୍ୟ ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନର ଯୁଗ୍ମ ନିର୍ଦ୍ଦେଶକ ଇଂ ଚନ୍ଦ୍ର ଶେଖର ସେଠୀ,ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ଇଂ. ନିରଞ୍ଜନ ନାୟକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ ପରିସରରେ ଅତିଥିମାନଙ୍କ ଦ୍ଵାରା ବିଭିନ୍ନ ଷ୍ଟଲ ଉଦଘାଟନ କରାଯାଇଥିଲା । ପାଣି ପଞ୍ଚାୟତ ଦିବସ ପାଳନ ଉପଲକ୍ଷେ ଆୟୋଜିତ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ ପାଣି ପଞ୍ଚାୟତର ନୋଡାଲ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ବାଞ୍ଚଳ କଟକ ଇଂ.ହେମନ୍ତ କୁମାର ପଣ୍ଡାଙ୍କ ତତ୍ଵାବଧାନରେ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ପାଣି ପଞ୍ଚାୟତର ସଭାପତି, କର୍ମକର୍ତ୍ତା, ଚାଷୀ, ବିଭାଗୀୟ ଯନ୍ତ୍ରୀ ଏବଂ ଗଣମାଧ୍ୟମର ପ୍ରତନିଧିବୃନ୍ଦ ଉପସ୍ଥିତ ଥିବା ବେଳେ ଅଧୀକ୍ଷଣ ଯନ୍ତ୍ରୀ,ମହାନଦୀ ଦକ୍ଷିଣ ବିଭାଗ ଇଂ. ବିଜୟ କୁମାର ସେଠୀ ସ୍ଵାଗତ ଭାଷଣ ଏବଂ ଏସଡ଼ିଓ ଉଠା ଜଳସେଚନ ପ୍ରତାପନଗରୀ ଇଂ.ଅଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ