ଜିଲ୍ଲାସ୍ତରୀୟ ପାରଳା ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା ନାହିଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସି ମୃତ ଘୋଷିତ ହୋଇଥିବା ଶବକୁ କିଛି ଲୋକ ବ୍ୟବଚ୍ଛେଦ ପୂର୍ବରୁ ଜବରଦସ୍ତି ଉଠାଇ ନେବା ଏବଂ ପରେ ଶବକୁ ଫେରାଇ ଅଣାଯିବା ଆଦି ନେଇ ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ, ଗତକାଲି ରାତ୍ର ସମୟରେ ରାମଗିରି ଅଞ୍ଚଳର ଜଣେ ଯୁବକ ଗଛରୁ ପଡି ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ରାମଗିରି ଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବା ଯୋଗୁଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଏଠାରେ ପାରଳା ଡାକ୍ତରଖାନାରେ ଯୁବକଙ୍କୁ ପରିବାରବର୍ଗ ଆଣି ପହଞ୍ôଚବା ବେଳେ ଜଣକଙ୍କ ମୃତ୍ୟୁ ଘଟିଥିବାର ଘୋଷଣା କରାଯାଇଥିଲା । ଏହାପରେ ଶବକୁ ବ୍ୟବଚ୍ଛେଦ କରାଯାଇ ହସ୍ତାନ୍ତର କରାଯିବ ବୋଲି ଡାକ୍ତରଖାନା ତରଫରୁ ସୂଚନା ଦିଆଯାଇଥିଲା । ହେଲେ କିଛି ଲୋକେ କୌଣସି କାରଣରୁ ଶବକୁ ଏକ ବାଇକ ଯୋଗେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରୁ ଶବକୁ ନେଇ ଯାଇଥିଲେ । ଏହାପରେ ଜିଲ୍ଲା ମୁଖ୍ୟ ପଶୁଚିକିତ୍ସାଳୟ ନିକଟରୁ ଏକ କାର ଯୋଗେ ଶବକୁ ନେବା ପାଇଁ କାରରେ ଶବକୁ ଭର୍ତ୍ତି କରିଥିଲେ । ଇତି ମଧ୍ୟରେ ମୁଖ୍ୟ ଚିକିତ୍ସାଳୟର ଏ ଘଟଣା ନେଇ ଜଣାପଡିଥିଲା । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ସୁରକ୍ଷାଗାର୍ଡ ଓ ହେଲ୍ପଡେସ୍କ କର୍ମଚାରୀ ଗାଡି ଯୋଗେ ପିଛା କରି ଶବ ନେଉଥିବା କାରକୁ ଠାବ କରି ଅଟକାଇ ଥିଲେ । ହେଲେ ଶବ ନେଇ ଯାଉଥିବା କାରରୁ ଶବକୁ ରାସ୍ତା କଡରେ ଛାଡି ଦେଇ ସେମାନେ ଚମ୍ପଟ ମାରିଥିଲେ । ପରିଶେଷରେ ପିଛା କରୁଥିବା ହସ୍ପିଟାଲ କର୍ମଚାରୀ ଶବକୁ ମହାପ୍ରୟାଣ ଗାଡିରେ ପୁଣି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରାଇ ଆଣିଥିଲେ । ଡାକ୍ତରଖାନା ପରିସରରୁ ମୃତ ଦେହକୁ ଏପରି ଭାବେ ଉଠାଇ ନିଆଯିବ ଘଟଣା ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥାକୁ ନେଇ ନାନାଦି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ନେଇ ଗଜପତି ଜିଲ୍ଲାପାଳ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ