ଜିଲ୍ଲାସ୍ତରୀୟ ପାଲାକାର ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଶ୍ରୀ ଶ୍ରୀ ନୀଳାଚଳନିଖିଳ ଉକ୍ରଳ ପାଲାଗାୟକ ପରିଷଦ, ମାତାରିଣୀ ପାଲାକାର ପରିଷଦ କେନ୍ଦୁଝର ଶାଖାର ବାର୍ଷିକ ସମ୍ମିଳନୀ ପାଇଁ ମରୈଗାଁ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମା ବିଶ୍ୱତାରିଣୀ କଳାକାର ପରିଷଦ ହାଟଡିହିର ମୁକ୍ୟ ଉପଦେ୍ଦଷ୍ଟା ତଥା ବରିଷ୍ଠ ଲେଖକ ରତ୍ନାକର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା କାର୍ଯ୍ୟାକାରୀ ସଭାପତି ଡ.ଧିରେନ ମହାନ୍ତି, ସମ୍ପାଦକ ସୁଶାନ୍ତ କୁମାର ନାଥ, କର୍ମକର୍ତ୍ତା ଦୁସ୍ମନ୍ତ କୁମାର ମହାନ୍ତି, ନିରଞ୍ଜନ ମହାନ୍ତ, ସୁଫଳ ବେହେରା, ସନାତନ ମହାରଣା, ହାଟଡିହି କଳାକାର ପରିଷଦର ସଭାପତି ଅଧିକାରୀ ନାୟକ, ସମ୍ପାଦକ ବିଦ୍ୟାଧର କବି, କର୍ମକର୍ତ୍ତା ଦିବାକର ବାରିକ, ଉପେନ୍ଦ୍ର ମିଶ୍ର, କିଶୋର ଚନ୍ଦ୍ର ମହାନ୍ତି, ଗାୟିକା କୁମୁଦୁନୀ ପଣ୍ଡା, ତପୋଧନ ଆୟଚ, ପର୍ଶୁରାମ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକର ନିଷ୍ପତି ଅନୁଯାଇ ଆସନ୍ତା ଡିସେମ୍ବର ୧୦ତାରିଖ ଶନିବାର ଓ ୧୧ତାରିଖ ରବିବାର ଦୁଇଦିନ ବ୍ୟାପୀ ଏହି ସମ୍ମିଳନୀ କରାଯିବା ସହିତ ଏତôରେ ଆଲୋଚନା, ସଭା, ପାଲା ପରିବେଷଣ ଓ ସମ୍ବର୍ଦ୍ଧନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା । କଳାକାର ପରିଷଦ ହାଟଡିହି ଶାଖାର ସହଯୋଗରେ ହେବାକୁଥିବା ଏହି ସାରସ୍ୱତ ସମାରୋହରେ ଜିଲ୍ଲାର ସମସ୍ତ ପାଲାକାର, ହାଟଡିହିର ସମସ୍ତ ବର୍ଗର କଳାକାର ମାନେ ଯୋଗଦେବା ପାଇଁ ମରୈଗାଁ ଅଭ୍ୟର୍ଥନା କମିଟିର ସଭାପତି ଶରତ କୁମାର ସେଠୀ ଓ କର୍ମକର୍ତ୍ତା ଗୌରାଙ୍ଗ ଚରଣ ଜେନା, ସୁଦର୍ଶନ ମିଶ୍ର, ରମାକାନ୍ତ ଶଙ୍ଖୁଆ, ସୁଦାମ ଚରଣ ଜେନା ପ୍ରମୁଖ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ