ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ରେ ନୟାହାଟ କଲେଜ ର ସଫଳତା
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପୁରୀ ର ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରିୟ ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ନୂଆହାଟ କଲେଜ କୁ ସଫଳତା ମିଳିଛି। କଲେଜ ଅଧ୍ୟକ୍ଷ ଭୋଳାନାଥ ପାତ୍ର ଙ୍କ ଠାରୁ ଜଣାପଡ଼ିଛି ଯେ, ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ଓଡ଼ିଆ ତର୍କ ପ୍ରତିଯୋଗିତାରେ ନୟାହାଟ କଲେଜ +୨ ବିଜ୍ଞାନ ଛାତ୍ରୀ ବିଜୟଲକ୍ଷ୍ମୀ ସାହୁ ପ୍ରଥମ ସ୍ଥାନ ଅଧିକାର କରି ଅତିଥି ମାନଙ୍କଠାରୁ ମାନପତ୍ର ଓ ପୁରସ୍କାର ଗ୍ରହଣ କରିଥିବାବେଳେ ଗୋଷ୍ଠିଗତ ସଙ୍ଗୀତ ଗାନ ରେ କଲେଜ ର ଛାତ୍ରୀ ବର୍ଷା ପରିଡ଼ା ଓ ପ୍ରିୟଦର୍ଶିନୀ ସାହୁ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଏହା ଜଣା ପଡ଼ିବା ପରେ କଲେଜ ରେ ଖୁସି ର ଲହରୀ ଖେଳିଯାଇଛି। ଅଧ୍ୟାପକ ରତିକାନ୍ତ ଦାସ, ଅଧ୍ୟାପକ ଶୁକଦେବ ନାୟକ ଓ ଅଧ୍ୟାପିକା କଳ୍ପନା ନାୟକ, ଅଧ୍ୟାପକ ଭାବଗ୍ରାହୀ ଜେନା, ଅଧ୍ୟାପିକା ପ୍ରିୟମ୍ବଦା ମହାପାତ୍ର ଓ ବବିତା ମାଝି ପ୍ରମୁଖ ଉକ୍ତ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲା ର ଅନେକ ପ୍ରତିଷ୍ଠିତ କଲେଜ ର ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ଏମାନେ ନୟାହାଟ କଲେଜ କୁ ସଫଳତା ଆଣି ଦେଇଥିବାରୁ କଲେଜ ର ଅଧ୍ୟକ୍ଷ ଭୋଳାନାଥ ପାତ୍ର ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ର ଛାତ୍ରୀ ମାନେ ଏହି ତିନି ଛାତ୍ରୀ ଙ୍କୁ ସ୍ଵାଗତଜଣାଇଥିଲେ।


