ଜିଲ୍ଲାସ୍ତରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କମିଟି ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡା, (ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲାସ୍ତରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କମିଟି ବୈଠକ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦ୍ରାପଡା ଜିଲ୍ଲାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିବା ସହିତ ୧୦ ଗୋଟି ପ୍ରାଥମିକ ପଦକ୍ଷେପ ଗ୍ରହଣ କରିବା ଦିଗରେ ନିଷ୍ପତ୍ତି ନିଆଯାଇଛି । ବିଶେଷ ଭାବରେ କେନ୍ଦ୍ରାପଡା ଏବଂ ପଟ୍ଟାମୁଣ୍ଡାଇ ସହରକୁ ପ୍ରଦୂଷଣ ମୁକ୍ତ କରିବା ସହିତ ରାସ୍ତାଘାଟ ପ୍ରସସ୍ଥ କରିବା ବର୍ଜ୍ୟବସ୍ତୁ ଗୁଡିକୁ ଠିକଣା ଭାବେ ପରିଚାଳନା କରିବା, ପୌରାଞ୍ଚଳରେ କ୍ରୀଡା ଭିତ୍ତିଭୂମୀର ବିକାଶ, କେନ୍ଦ୍ରାପଡା କେନାଲ ଓ ଗୋବରୀ ନଦୀର ଉନ୍ନତି କରିବା ସହିତ ଏ ୨ଟିକୁ ପ୍ରଦୂଷଣ ମୁକ୍ତ କରିବା, ସର୍ବୋପରି କେନ୍ଦ୍ରାପଡା ସହରର ସୈାନ୍ଦର୍ଯ୍ୟକରଣ କରାଯିବା ସହିତ ପଲିଥିନ ବ୍ୟବହାରକୁ ସଂପୂର୍ଣ୍ଣ ନିଶେଧ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସହରର ପ୍ରମୁଖ ସ୍ଥାନ ଗୁଡିକୁ ଯିବା ପାଇଁ ରାସ୍ତାରେ ସୂଚନା ଫଳକ ଲଗାଯିବା ସହିତ ବସଷ୍ଟାଣ୍ଡର ଆଧୁନିକ କରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲିପ କୁମାର ପରିଡା, ସିଡିଏମଓ ଡା. ଉର୍ମିଳା ମିଶ୍ର, ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ, ପୌର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଆସିଷ୍ଟାଣ୍ଡ କଲେକ୍ଟର(ରାଜସ୍ୱ) ଅଙ୍କିତା ଅନିନ୍ଦିତା ଏବଂ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡର ସାଇଂଟିଫିକ ଅଧିକାରୀଙ୍କ ସହିତ କମିଟି ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ