ଜିଲ୍ଲାସ୍ତରୀୟ ବାର୍ଷିକ କ୍ରୀଡ଼ା ଉଦଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ସ୍ଥାନୀୟ ପରମିଟ ପଡ଼ିଆରେ ଚାଲିଥିବା ୭୮ତମ ଜିଲ୍ଲାସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ରବିବାର ଉଦଯାପିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ା ପତାକା ଅବତରଣ ସହ ୩ ଦିନିଆ କ୍ରୀଡ଼ା ଉତ୍ସବ ସମାପନ କରିଥିଲେ । କ୍ରୀଡ଼ା କ୍ଷେତ୍ରରେ ସଫଳ ପ୍ରଦର୍ଶନ ପାଇଁ ନିୟମିତ ଅଭ୍ୟାସ ଜାରି ରଖିବାକୁ ସେ ଖେଳାଳିଙ୍କୁ ପରାମର୍ଶ ଦେଇଥିଲେ ।ଏହି ଅବସରରେ ଜିଲା ଜିଲ୍ଲା କ୍ରୀଡା ସଂଘର ପ୍ରସ୍ତାବ କ୍ରମେ ପରିମିଟ ପଡ଼ିଆରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ସାଂସଦ ପାଣ୍ଠିରୁ ୧୦ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ ନେଇ ଶ୍ରୀ ଷଡ଼ଙ୍ଗୀ ଘୋଷଣା କରିଥିଲେ । ଜିଲ୍ଲା କ୍ରୀଡ଼ା ସଂଘର କାର୍ଯ୍ୟକାରୀ ସଭାପତି ଅଧୀପ ଦାସ ଏହି ଉଦଯାପନୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହିତ ଜିଲାର ସଫଳ କ୍ରୀଡ଼ାବିତଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ସଂଘର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ବୀରେନ୍ଦ୍ର ସ୍ୱାଇଁ, ସହ ସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା, କୋଷାଧ୍ୟକ୍ଷ ଅମର ମହାନ୍ତି, କାର୍ତ୍ତିକ ନାୟକ ପ୍ରମୁଖ କର୍ମକର୍ତ୍ତାମାନେ ଏଥିରେ ଯୋଗଦେଇ ଜିଲା କ୍ରୀଡ଼ା କ୍ଷେତ୍ରକୁ ଆଗେଇ ନେବାରେ ଆଥଲେଟିକ ଆସୋସିଏସନର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । କ୍ରୀଡ଼ା ସଂଘର ଯୁଗ୍ମ ସମ୍ପାଦକ ଜଗଦୀଶ ବେହେରା, ସଞ୍ଜୟ ଲେଙ୍କା, ନିମାଇ ରାଉତରାୟ, ସୁଜୟ ଆଚାର୍ଯ୍ୟ, ରବୀନ୍ଦ୍ର କୁମାର ସାହୁ, ହରେନ ଚନ୍ଦ୍ର ରଣା, ସାଦିକ୍ ଅଲ୍ଲୀ ଖାଁ, ଗୌରୀ ଶଙ୍କର ସାହାଣୀ, ରବିନ ମିତ୍ର ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।ଏହି ଅବସରରେ ବିଭିନ୍ନ ବିଭାଗ କ୍ରୀଡ଼ା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ପୁରସ୍କୃତ କରିଥିଲେ । ଏଥି ସହିତ ଜାତୀୟ ଓ ଆନ୍ତର୍ଜାତିକ ସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବାଲେଶ୍ୱରର ସଫଳ କ୍ରୀଡ଼ାବିତଙ୍କୁ ଏହି ଉଦଯାପନୀ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଜିଲାସ୍ତରୀୟ କ୍ରୀଡ଼ା ଉତ୍ସବରୁ ମନୋନୀତ ଶ୍ରେଷ୍ଠ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ବୋଲି ସଂଗଠନର କର୍ମକର୍ତ୍ତା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ