ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରକଳ୍ପ ପ୍ରଦର୍ଶନୀ ୨୦୨୪-୨୫ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସ୍ଥାନୀୟ ବାଲେଶ୍ୱର ଜିଲ୍ଲା ସ୍କୁଲଠାରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରକଳ୍ପ ପ୍ରଦର୍ଶନୀ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରାଚୀ ତନୟା ଗିରିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ବାଲେଶ୍ୱର ସଦର ଶ୍ରୀ ମାନସ ଦତ୍ତ, ମୁଖ୍ୟ ବକ୍ତା ଭାବେ ମାନ୍ୟବର ଅଧ୍ୟକ୍ଷ ଜ଼ିଲ୍ଲା ପରିଷଦ ଶ୍ରୀ ନାରାୟଣ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ବୈଜ୍ଞାନିକ, ଆଇଟିଆଇ ଚାନ୍ଦିପୁର ଶ୍ରୀ ପ୍ରିୟନାଥ ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଧରଣୀଧର ପାତ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ, ସଦର ଶ୍ରୀ ରାସମଣୀ ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ବାହାନଗା ଶ୍ରୀମତୀ ସୋମାରାଣୀ ସେଠୀ, ପ୍ରଧାନ ଶିକ୍ଷୟିତ୍ରୀ ଜ଼ିଲ୍ଲା ସ୍କୁଲ ସୂର୍ଯ୍ୟସିଖା ମହାନ୍ତି, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ନାୟକ ଓ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ହରେନ୍ଦ୍ର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ I ଉକ୍ତ ପ୍ରଦର୍ଶନୀରେ ଜିଲ୍ଲାର ୧୨ ଗୋଟି ବ୍ଲକରୁ ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା, ପରିବହନ ଏବଂ ଯୋଗାଯୋଗ, ପ୍ରାକୃତିକ ଚାଷ, ବିପର୍ଯ୍ୟୟ ପରିଚାଳନା, ଗଣିତ, ବର୍ଜ୍ୟବସ୍ତୁ ପରିଚାଳନା ଓ ଉତ୍ସ ପରିଚାଳନା ଭଳି ୭ଟି ବିଷୟବସ୍ତୁ ଉପରେ ମୋଟ ୮୪ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା I ସେଥି ମଧ୍ୟରୁ ୭ ଗୋଟି ପ୍ରକଳ୍ପ ରାଜ୍ୟ ସ୍ତରୀୟ ପ୍ରଦର୍ଶନୀ ନିମନ୍ତେ ଉନ୍ନୀତ ହୋଇଛନ୍ତି I ସଭା ଶେଷରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା I


